www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରାଚୀନ ଶୈବପୀଠ ଚିହ୍ନଟ

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବ୍ଲକର ବୀର ପୁରୁଷୋତ୍ତମପୁର ପଞ୍ଚାୟତର ବୀର ପୁରୁଷୋତ୍ତମପୁର ଗ୍ରାମରେ ପ୍ରାୟ ୧୫୦୦ ଶତାବ୍ଦୀ ତଳେ ଷଷ୍ଠ ଓ ସପ୍ତମ ଶତାବ୍ଦୀ ମଧ୍ୟରେ ଗୁପ୍ତ ବଂଶର ଶାସନ ଗୁପ୍ତ ଯୁଗରେ ନିର୍ମିତ ଏକ ପ୍ରାଚୀନ ଶୈବପୀଠ ଇନଟାକର ହେରିଟେଜ ସ୍ମାରକୀ ସର୍ଭେ ଦଳ ଦ୍ୱାରା ଚିହ୍ନଟ ହୋଇଅଛି। ଏହି ପ୍ରାଚୀନ ମନ୍ଦିର ବୀର ପୁରୁଷୋତ୍ତମପୁର ଗ୍ରାମ ମୁଣ୍ଡରେ ଥିବା ଶ୍ରୀ ଶ୍ରୀ ଗତିସ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଡାହାଣ ପାର୍ଶ୍ୱରେ ଅବସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଦେବଙ୍କ ମନ୍ଦିର ଅଟେ।

ଏହି ପ୍ରାଚୀନ ମନ୍ଦିରର କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ପୁନଃରୁଦ୍ଧାର କରାଯାଇ ସଂରକ୍ଷିତ କରାଯିବା ନିମନ୍ତେ ଗ୍ରାମ ସଭାପତି ଗୋପବନ୍ଧୁ ମିଶ୍ର, ସମ୍ପାଦକ ଦେବାଶିଷ ମିଶ୍ର, ଦାମୋଦର ମିଶ୍ର, ସରୋଜ କୁମାର ନନ୍ଦ, ଲଷ୍ମୀଧର ମିଶ୍ର, ପୂଜାରୀ ଗତିଶ୍ୱର ପଣ୍ଡା ଓ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଗ୍ରାମବାସୀ ମାନେ ମତ ବ୍ୟକ୍ତ କରିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories