ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ସଠିଲୋ ପଞ୍ଚାୟତର ତାଳବସ୍ତ ଗ୍ରାମରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଳବସ୍ତ ଗ୍ରାମର ହୃଦାନନ୍ଦ ମନ୍ତ୍ରୀଙ୍କ ପୁଅ ପ୍ରଦୀପ (୪୦) ଗତକାଲି ସକାଳୁ ଶୌଚ ହେବା ପାଇଁ ନିକଟସ୍ଥ ପୋଖରୀକୁ ଯାଇ ଫେରୁଥିବାବେଳେ ତାଳବସ୍ତ ଛକ ନିକଟରେ ଏକ ବାଇକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଆଠଗଡ ଥାନାରେ ଏ ସଂପର୍କରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇଛି ।
Popular Categories



