www.samajalive.in
Sunday, December 14, 2025
19.1 C
Bhubaneswar

ନୂଆ ରୂପରେ ଝଲସିବ ଉପଜିଲ୍ଲାପାଳ କାର୍ଯ୍ୟାଳୟ 

ଆଠଗଡ : ଦୀର୍ଘ ଦିନ ପରେ ନୂଆ ରୂପରେ ଝଲସିବ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ପ୍ରାୟ ୬୦ବର୍ଷ ପୂର୍ବରୁ ନିର୍ମିତ ଓ କାର୍ଯ୍ୟକ୍ଷମ ହୋଇଥିବା ଆଠଗଡ ଉପଜିଲ୍ଲାପାଳଙ୍କ ଅଟ୍ଟାଳିକାର ଛାତରୁ ନିୟମିତ ପାଣି ଝରିବା ସହ ଛାତଟିରୁ ବାରମ୍ବାର ସିମେଣ୍ଟ ଖଣ୍ଡ ଖସି ପଡୁଥିବା ଏବଂ ଏହା କର୍ମଚାରୀ ଓ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି ହୋଇଥିଲା । ଏପରିକି ଗତବର୍ଷ ବର୍ଷାପାଣି ସବୁଆଡେ ଝରିବା ଫଳରେ ଛାତ ଉପରେ ପାଲ ଟଣା ଯାଇଥିଲା । ଏ ସମ୍ପର୍କରେ ସମାଜରେ ବାରମ୍ବାର ଖବର ପ୍ରସାରଣ ପରେ ଉକ୍ତ ଅଟ୍ଟାଳିକାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ଉକ୍ତ କାର୍ଯ୍ୟାଳୟ ମଧ୍ୟରେ ବିଭିନ୍ନ ଅଧିକାରୀ ଓ ବିଭାଗ ପାଇଁ ସ୍ଥାନାଭାବ ରହିଥିବାବେଳେ ଛାତଟି ଦୁର୍ବଳ ଥିବାରୁ ଏହାର ନବୀକରଣ ପାଇଁ ଦୈନିକ ସମାଜରେ ପ୍ରସ୍ତାବ ଦିଆଯାଇଥିଲା ।

ପ୍ରାୟ ୩ବର୍ଷ ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳିନ ଉପଜିଲ୍ଲାପାଳ ଅମୀୟ କୁମାର ସାହୁ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ଡକାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଟ୍ଟାଳିକାର ଉପର ମହଲା ନିର୍ମାଣ ପାଇଁ ନକ୍ସା ଓ ଆକଳନ ପ୍ରସ୍ତୁତ କରିବା ପାଇଁ କହିଥିଲେ । ସେହି ଅନୁଯାୟୀ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟାଳୟର ଉପର ମହଲାରେ ବିଭିନ୍ନ ବିଭାଗ ଓ ଅଧିକାରୀଙ୍କ ପାଇଁ ଏକାଧିକ କକ୍ଷ ସହିତ ୧୫୦ ରୁ ୨୦୦ ଲୋକ ବସି ପାରିବା ଭଳି ଏକ ସଭାଗୃହ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ କରି ୧ କୋଟି ୨୩ ଲକ୍ଷ ୨୨୫୦୦ଟଙ୍କାର ଆକଳନ କରିଥିଲେ । ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜସ୍ୱ ପ୍ରଶମନ ବିଭାଗକୁ ଏହି ପ୍ରସ୍ତାବ ଯିବା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଏଥିପାଇଁ ଆବଶ୍ୟକୀୟ ଅର୍ଥ ମଞ୍ଜୁର ପାଇଁ ଅନୁରୋଧ କରିଥିଲେ । ରାଜସ୍ୱ ପ୍ରଶମନ ବିଭାଗ ଜୁଲାଇ ୧୯ତାରିଖରେ ତାଙ୍କ ପତ୍ର ସଂଖ୍ୟା ୨୦୯୩୧ ମାଧ୍ୟମରେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉନ୍ନତିକରଣ ପାଇଁ ଆକଳନ ହୋଇଥିବା ଅର୍ଥ ମଞ୍ଜୁର କରିଥିବା ଜଣାପଡିଛି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏଥିପାଇଁ ଆଠଗଡବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ଜଣାପଡିଛି ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories