www.samajalive.in
Saturday, December 13, 2025
26.1 C
Bhubaneswar

ବୁଧବାର ରାଶିଫଳ ୨୧.୦୭.୨୦୨୧

ମେଷ: ମନରେ ଗ୍ଲାନି ଉପୁଜିପାରେ। ଅର୍ଥର ସ୍ବଳ୍ପତା ବିବ୍ରତ କରିବ। ତଥାପି ଦାନ କାର୍ଯ୍ୟରୁ ନିବୃତ୍ତ ହେବେ ନାହିଁ। ଗୁଣବାନ୍‌ ଓ ମାନୀ ହେବେ। ସାହସୀ ହେବେ। କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିପାରନ୍ତି।
ବୃଷ: ଆଜିର ଘଟଣାବଳୀ ସୁଖବୋଧ ହେବ। କର୍ମକ୍ଷେତ୍ରକୁ ଊଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ମିଷ୍ଟାନ୍ନ ଭୋଜନ ମିଳିବ। ଆନନ୍ଦିତ ହେବେ। ଅହଂକାରୀ ହେବେ।
ମିଥୁନ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସୁସମ୍ବାଦ ଶୁଣିବେ। ଋଣ ପରିଶୋଧ କରିବେ।
କର୍କଟ: ବିଦ୍ୟାର୍ଜନ ଉପରେ ଧ୍ୟାନ ଦେଇପାରନ୍ତି। ବିଭିନ୍ନ ସୂତ୍ରରୁ ଅଧିକ ଧନ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭଖବର ପାଇ ଖୁସି ହେବେ। ବାଣିଜ୍ୟ କାରବାର ସୁଗମ ହେବ।
ସିଂହ: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହୋଇପାରେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ। ସର୍ବସୁଖ ଲାଭ କରିବେ। ଗୁଣଜ୍ଞ ଓ ଶାସ୍ତ୍ରଜ୍ଞ ହେବେ।
କନ୍ୟା: ଆର୍ଥିକ ସ୍ଥିତି ଦୃଢ଼ ରହିବ। ଶୁଭକାର୍ଯ୍ୟ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଠାକୁରଙ୍କ ଦର୍ଶନ ଲାଭ କରି ଆଶ୍ବସ୍ତ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିପାରେ। କର୍ତ୍ତବ୍ୟ ପରାୟଣ ହେବେ।
ତୁଳା: ବିବିଧ ଧନର ଅଧିକାରୀ ହେବେ। ନିସ୍ବାର୍ଥପର ସେବା ଯୋଗାଇ ପ୍ରଶଂସିତ ହେବେ। ମନ ପ୍ରସନ୍ନ ରହିବ। ଚଞ୍ଚଳମନା ହେବେ। ଅତି ସୁଖୀ ହୋଇପାରନ୍ତି। ସମସ୍ତ କଳୁଷ ଦୂର ହେବ। ସରକାରଙ୍କ ପ୍ରିୟପାତ୍ର ହେବେ।
ବିଛା: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ହଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ: ଅଯଥା କଥାରେ ମୁଣ୍ଡ ନ ପୂରାଇ ନିଜ କାର୍ଯ୍ୟ ପାଇଁ ଚଞ୍ଚଳ ଚେଷ୍ଟିତ ହେବେ। ଭାଗ୍ୟବାନ୍‌ ହୋଇପାରନ୍ତି। ସମ୍ମାନିତ ହେବେ। ଧନଯୁକ୍ତ ହେବେ। ନିରନ୍ତର ଧ୍ୟାନରେ ରହି ଧନ, ସ୍ତ୍ରୀ, ପୁତ୍ର ପୀତିଯୁକ୍ତ ହୋଇପାରନ୍ତି।
ମକର: କାର୍ଯ୍ୟ ଉତ୍ସାହଜନକ ହେବ। ଶୁଭ ଖବର ମିଳିବ। ଅଧିକ ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସୂତ୍ରରୁ ଅର୍ଥ ମିଳିବ।
କୁମ୍ଭ: ଆୟ ବୃଦ୍ଧିର ସୂଚନା ମିଳୁଛି। ଜ୍ଞାନ କ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦୟାର୍ଦଚିତ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମୀନ: କର୍ମ ଚଞ୍ଚଳ ରହିବେ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାଧାରୀ ହେବେ। ତା’ର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଧାର୍ମିକ ପ୍ରବର ହେବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories