www.samajalive.in
Sunday, December 14, 2025
26.1 C
Bhubaneswar

ଚହର, ସୂର୍ଯ୍ୟ ଭାରତକୁ ସିରିଜ୍‌ ଜିତାଇଲେ

କଲମ୍ବୋ: ଦୀପକ ଚହରଙ୍କ ଜୀବନର ଶ୍ରେଷ୍ଠ ଦିନିକିଆ ଇନିଂସ ବଳରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଭାରତ ଦିନିକିଆ ସିରିଜ୍ ଜିତିନେଇଛି। ମଙ୍ଗଳବାର ୨ୟ ଦିନିକିଆରେ ଘରୋଇ ଶ୍ରୀଲଙ୍କାକୁ ୩ ୱିକେଟରେ ଭାରତ ପରାସ୍ତ କରିଛି। ଏହି ରୋମାଞ୍ଚକର ବିଜୟ ଫଳରେ ୩ ମ୍ୟାଚ୍‌ର ସିରିଜ୍‌ରେ ୨-୦ରେ ଆଗୁଆ ରହି ଭାରତ ଏହାକୁ ହାତେଇ ନେଇଛି। ଅଭିକ୍ଷା ଫର୍ଣ୍ଣା‌େ‌ଣ୍ଡା ଓ ଚରିତ ଆସାଲେଙ୍କାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୯ ୱିକେଟରେ ୨୭୫ ରନ୍ କରିଥିଲା। ପରେ ସୂର୍ଯ୍ୟକୁମାର ଯାଦବ ଓ ଦୀପକ ଚହରଙ୍କ ଅର୍ଦ୍ଧଶତକ ବଳରେ ୫ଟି ବଲ୍‌ ବାକିଥାଇ ୭ ୱିକେଟ ହରାଇ ଭାରତ ଜିତିଥିଲା।

ଭାରତ ବିପର୍ଯ୍ୟୟ ସହ ୨୭୬ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଗତ ମ୍ୟାଚ୍‌ର ଦୁଇ ହିରୋ ପୃଥ୍ବୀ ସ’ ଓ ଈଶାନ୍ କିଷନ୍ ଜଲ୍‌ଦି ଆଉଟ ହୋଇ ଯାଇଥିଲେ। ପୃଥ୍ବୀ ୧୧ ବଲ୍‌ରୁ ୩ଟି ଚୌକା ସହ ୧୩ ଓ ବାମହାତି କିଷନ୍ ୧ ରନ୍ କରି ପାରିଥିଲେ। ପରେ ଅଧିନାୟକ ଶିଖର ଧାୱନ୍ ଓ ମନୀଷ ପାଣ୍ଡେ ସ୍କୋର୍‌କୁ ୬୫ ରନ୍‌ରେ ପହଞ୍ଚାଇବା ପରେ ଧାୱନ ୬ଟି ଚୌକା ସହ ୨୯ ରନ୍‌କରି ଆଉଟ ହୋଇ ଯାଇଥିଲେ। ୬୫ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ମନୀଷ ପାଣ୍ଡେ ଓ ସୂର୍ଯ୍ୟକୁମାର ଯାଦବ ୫୦ ରନ୍ ଯୋଡ଼ିଥିଲେ। ତେବେ ୧ ରନ୍‌ ମଧ୍ୟରେ ଭାରତ ଆଉ ୨ଟି ହରାଇବା ଦଳ ପାଇଁ ଶକ୍ତ ଧକ୍କା ଥିଲା। ପାଣ୍ଡେ ୩୧ ବଲ୍‌ରୁ ୩ଟି ଚୌକା ସହ ୩୭ ରନ୍‌କରି ରନ୍‌ଆଉଟ ହୋଇଥିଲେ। ସେହି ଓଭରରେ ହାର୍ଦିକ ପାଣ୍ଡ୍ୟା ବିନା ସ୍କୋର୍‌ରେ ଆଉଟ ହୋଇଥିଲେ।

- Advertisement -

ସୂର୍ଯ୍ୟକୁମାର ଲଢ଼ୁଆ ବ୍ୟାଟିଂକରି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଏହାର ପରେପରେ ସେ ଆଉଟ ହୋଇ ଯାଇଥିଲେ। ଆକର୍ଷଣୀୟ ସଟ୍‌ ଖେଳିଥିବା ସୂର୍ଯ୍ୟକୁମାର ୪୪ ବଲ୍‌ରୁ ୬ଟି ଚୌକା ସହ ୫୩ ରନ୍‌ କରିଥିଲେ। କ୍ରୁନାଲ ପାଣ୍ଡ୍ୟା ୩ଟି ଚୌକା ସହ ୩୪ ରନ୍‌କରି ବିଦାୟ ନେଇଥିଲେ। ୧୯୩ ରନ୍‌ରେ ୭ଟି ୱିକେଟ ପଡ଼ିଯିବା ପରେ ଦୀପକ ଚହର ଓ ଭୁବନେଶ୍ବର କୁମାର ଲଢ଼ୁଆ ବ୍ୟାଟିଂକରି ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ଦୁହେଁ ୧୪ ଓଭରରେ ୮୪ ରନ୍‌ର ଭାଗିଦାରୀ କରିଥିଲେ। ଚହର ୮୨ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୬୯ ରନ୍‌କରି ଅପରାଜିତ ଥିଲେ। ୧୯ ରନ୍‌କରି ଭୁବନେଶ୍ବର ଅପରାଜିତ ଥିଲେ।

ଟସ୍‌ ଜିତି ଶ୍ରୀଲଙ୍କା ବ୍ୟାଟିଂ ନେବା ପରେ ଏହାର ଓପ୍‌ନର ଚମତ୍କାର ପ୍ରଦର୍ଶନ କରିଥିଲେ। ୭୭ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ କ୍ରମାଗତ ୨ଟି ବଲ୍‌ରେ ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ ନେଇଥିଲେ। ମିନୋଦ ଭାନୁକା ୪୨ ବଲ୍‌ରୁ ୬ଟି ଚୌକା ସହ ୩୬ ଓ ଭାନୁକା ରାଜପକ୍ଷ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଅନ୍ୟ ଓପ୍‌ନର ଅଭିକ୍ଷା ଫର୍ଣ୍ଣାଣ୍ଡୋ ୭୧ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୦ ରନ୍‌ କରିଥିଲେ। ଧନଞ୍ଜୟ ଡି ସିଲ୍‌ଭା ୪୫ ବଲ୍‌ରୁ ୩୨ ରନ୍ କରିଥିଲେ। ଚରିତ ଆସାଲାଙ୍କା ୬୮ ବଲ୍‌ରୁ ୬ଟି ଚୌକା ସହ ସର୍ବାଧିକ ୬୫ ରନ୍ କରିଥିଲେ। ଅଧିନାୟକ ଦାସୁନ୍ ଶନକ ୧୬ ରନ୍‌ କରିଥିବା ବେଳେ ଇନିଂସର ଶେଷଆଡ଼କୁ ଭଲ ଇନିଂସ ଖେଳି ଚାମିକା କରୁଣାରତ୍ନେ ୩୩ ବଲ୍‌ରୁ ୫ଟି ଚୌକା ସହ ଅପରାଜିତ ୪୪ ରନ୍‌ କରିଥିଲେ। ଭୁବନେଶ୍ବର ଓ ୟୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ଏବଂ ଦୀପକ ଚହର ୨ଟି ୱିକେଟ ପାଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories