ମୁମ୍ବଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରସାରଣ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଛି। ଏହାସହିତ ତାଙ୍କ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ରିୟାନ ଥରପ୍ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୋମବାର ବିଳମ୍ବିତ ରାତିରେ ମୁମ୍ବଇ ପୁଲିସର ଅପରାଧ ନିୟନ୍ତ୍ରଣ ଶାଖା ଗିରଫ କରିଥିଲା। ରାଜ କୁନ୍ଦ୍ରା ଏବଂ ରିଆନ୍ ତରପଙ୍କୁ ମୁମ୍ବଇର ଏସପ୍ଲାନେଡ୍ କୋର୍ଟକୁ ଅଣାଯିବା ପରେ ପୁଲିସ ହେପାଜତକୁ ପଠାଯାଇଛି।



