www.samajalive.in
Saturday, December 6, 2025
14.1 C
Bhubaneswar

ଦ୍ୱିତୀୟ ଲହର ଚାଲିଛି, ତୃତୀୟ ଲହର କବାଟ ପିଟୁଥିବା ବେଳେ କେତେ ଅମାନିଆ ଆମ କର୍ମଚାରୀ !

କଣ୍ଟାମାଳ : ମହାମାରୀ କରୋନାର ଦ୍ୱିତୀୟ ଲହର ସାରା ବିଶ୍ୱବାସୀଙ୍କୁ ଏକ ଅଜଣା ଦୁନିଆ ଭିତରକୁ ଠେଲି ଦେଇଥିବା ଏବଂ ଅନେକ ଅକାଳରେ ଝଡି ପଡିଥିବା ବେଳେ ପୁଣି ତୃତୀୟ ଲହର କବାଟ ପିଟିବା ଆରମ୍ଭ କରି ଦେଲାଣି। ଏହି ମାରାତ୍ମକ ରୋଗରୁ ବଞ୍ଚିବା ପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ହିଁ ଏକ ମାତ୍ର ପନ୍ଥା ହୋଇଥିଲେ ହେଁ କରୋନା ଆକ୍ରାନ୍ତ ହ୍ରାସ ପାଉ ପାଉ ପୁରା ବେଫିକର ହୋଇ ପଡିଲାଣି ଆମ ସମାଜ। ଜନଗହଳି ସ୍ଥାନରେ ସଭିଏଁ ରୁଣ୍ଡ ହୋଇ ମଧ୍ୟ ଭୁଲିଗଲେଣି ମାସ୍କ ଓ ସାମାଜିକ ଦୂରତା। ଇତି ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସେବାସମବାୟ ସମିତିରେ ଆରମ୍ଭ ହୋଇଥିବା ଖରିଫ ଧାନ ପଞ୍ଜିକରଣରେ କେହି ମାନୁ ନାହାନ୍ତି କୋଭିଡ କଟକଣା।

ଚାଷୀ ଯେଭଳି ବିନା ମାସ୍କରେ ସଂପୃକ୍ତ ସଂସ୍ଥାର କର୍ମଚାରୀ ମଧ୍ୟ ପୁରା ଅମାନିଆ ହୋଇ କାମ କରିଚାଲିଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଲୋକାପଡା ସେବା ସମବାୟ ସମିତିରେ ଯେଉଁଠି ପଞ୍ଝୀକରଣ ପାଇଁ ନାହିଁ ନଥିବା ଭୀଡ ଲାଗି ରହିଥିବା ବେଳେ ସାମଜିକ ଦୂରତା ତ ପଛ କଥା ହେଲେ କାହାରି ମୁହଁରେ ମାକ୍ସ ଲାଗି ନଥିବା ଦେଖିବାକୁ ମଳିଥିଲା। ଲୋକାପଡା ଭଳି ଅନ୍ୟ ସମିତି ଗୁଡିକରେ ମଧ୍ୟ ଅବସ୍ଥା ସେଭଳି ଥିଲା। ପଞ୍ଜୀକରଣ ପାଇଁ ଧାର୍ଯ୍ୟ ସମୟ ରହିଥିଲେ ବି ଚାଷୀଙ୍କ ଭୀଡ ଲାଗି ରହିଛି ଏଭଳି ଭୀଡକୁ ହ୍ରାସ କରିବା ପାଇଁ ରାଜସ୍ୱ ଗ୍ରାମ ୱାରୀ ପଞ୍ଜୀକରଣ ପାଇଁ ତାରିଖ ଧାର୍ଯ୍ୟ କରାଯିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସଚେତନ ଚାଷୀ ମାନଙ୍କ ପକ୍ଷରୁ ଦାବୀ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories