www.samajalive.in
Sunday, December 14, 2025
19.1 C
Bhubaneswar

ଜାଣନ୍ତୁ, କେଉଁ ଖାଦ୍ୟ ଦ୍ରବ୍ୟକୁ ଫ୍ରିଜରେ ରଖିବା ଅନୁଚିତ

ପନିପରିବା ଓ ଫଳ ଆଦିକୁ ଅଧିକ ଦିନ ସତେଜ ରଖିବା ନିମନ୍ତେ ଆମେ ଏହାକୁ ଫ୍ରିଜରେ ରଖିଥାଉ। ମାତ୍ର ସମସ୍ତେ ଏହି କଥାରୁ ଅଜଣା ଥିବେ କିଛିଟା ଜିନିଷକୁ ଫ୍ରିଜରେ ରଖିବା ଉଚିତ ନୁହେଁ। ଏହାକୁ ଫ୍ରିଜରେ ରଖିଲେ ଏହା ଆମ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ଅଟେ।
ପାଉଁରୁଟି – ଏହାକୁ ଫ୍ରିଜରେ ରଖିବା ଉଚିତ ନୁହେଁ। କାରଣ ଏହାକୁ ଫ୍ରିଜରେ ରଖିଲେ ସ୍ୱାଦ ଖରାପ ହୋଇଯାଏ। ଏହାକୁ ଖାଇଲେ ସ୍ବାସ୍ଥ୍ୟ ଖରାପ ହୋଇଥାଏ।
କଫି – କଫିକୁ ମଧ୍ୟ ଫ୍ରିଜରେ ରଖିବା ଉଚିତ ନୁହେଁ। ଏହାର ବାସ୍ନାରେ ଫ୍ରିଜର ଅନ୍ୟ ଦ୍ରବ୍ୟ ଖରାପ ହେବା ସହ ଏହା ମଧ୍ୟ ଖରାପ ହୋଇଯାଏ।
ଟମାଟୋ – ଟମାଟୋକୁ କେବେ ଫ୍ରିଜରେ ରଖିବା ଉଚିତ ନୁହେଁ। କାରଣ ଫ୍ରିଜରେ ରହିବା ଦ୍ୱାରା ଏହା ଅଧିକ ନରମ ହୋଇଯାଏ ଏବଂ ନଷ୍ଟ ମଧ୍ୟ ହୋଇଯାଏ। ଏହାକୁ ଖାଇବା ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ଅଟେ।
କଦଳୀ – କଦଳୀକୁ ଫ୍ରିଜରେ ରଖିଲେ ଏହା କଳା ହୋଇଯାଏ। ଏଥିରୁ ଇଥାଇଲିନ ନାମକ ଗ୍ୟାସ ବାହାରେ ଯାହା ଅନ୍ୟ ଖାଦ୍ୟପଦାର୍ଥକୁ ମଧ୍ୟ ନଷ୍ଟ କରିଥାଏ।
ମହୁ – ଫ୍ରିଜରେ ରଖିବା ଦ୍ୱାରା ଏହା ଅଧିକ ବହଳିଆ ହୋଇଯାଏ ଓ ନଷ୍ଟ ମଧ୍ୟ ହୋଇଯାଏ।
ଆଳୁ – ଆଳୁକୁ ଫ୍ରିଜରେ ରଖିଲେ ଏଥିରେ ଥିବା ପୋଷକ ତତ୍ତ୍ୱ ବଦଳିଯାଏ। ଏହାକୁ ଖାଇଲେ ଏହା ଆମ ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକ ଅଟେ।
ତରଭୁଜ – ତରଭୁଜକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ପୋଷକ ନଷ୍ଟ ହୋଇଯାଏ। ତେଣୁ ଏହାକୁ ମଧ୍ୟ ଫ୍ରିଜରେ ରଖିବା ଉଚିତ ନୁହେଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories