www.samajalive.in
Saturday, December 6, 2025
26.1 C
Bhubaneswar

ବାନ୍ଧବୀଙ୍କ ଦ୍ୱାରା ରାକ୍ଷୀ ବାନ୍ଧିବାକୁ ବାଧ୍ୟ କରିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ର

ଅଗରତାଲା: ଜଣେ ସହପାଠିନୀଙ୍କ ଦ୍ୱାରା ରାକ୍ଷି ବାନ୍ଧିବା ପାଇଁ ସ୍କୁଲ୍‍ର ଅଧ୍ୟକ୍ଷ ବାଧ୍ୟ କରିବାରୁ ଜଣେ ୧୮ ବର୍ଷର ଛାତ୍ର ସ୍କୁଲ୍‍ର ଦୁଇ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗରତାଲାର ଏକ ଘରୋଇ ସ୍କୁଲ୍‍ରେ ଘଟିଛି ଏହି ଘଟଣା।
ସ୍କୁଲ୍‍ର ଜଣେ ଛାତ୍ରୀଙ୍କ ସହିତ ଉକ୍ତ ଛାତ୍ରଙ୍କ ପ୍ରେମ ସମ୍ପର୍କ ଥିଲା। ଏଥିରୁ ନିବୃତ ରହିବାକୁ ସ୍କୁଲ୍‍ କର୍ତ୍ତୃପକ୍ଷ ଉଭୟ ଛାତ୍ରଛାତ୍ରୀଙ୍କୁ ତାଗିଦ କରିଥିଲେ। କିନ୍ତୁ କୌଣସି ଫଳ ନ ହେବାରୁ ଗତ ସୋମବାର ଦିନ ସ୍କୁଲ୍‍ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ର ଛାତ୍ରୀଙ୍କ ସମତେ ସେମାନଙ୍କ ଅଭିଭାବକଙ୍କୁ ସ୍କୁଲ୍‍କୁ ଡାକିଥିଲେ। ଦୁଇ ପରିବାରର ସଦସ୍ୟ ଓ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରଙ୍କ ହାତରେ ରାକ୍ଷି ବାନ୍ଧିବା ପାଇଁ ଛାତ୍ରୀଙ୍କୁ ସ୍କୁଲ୍‍ ଅଧ୍ୟକ୍ଷ ନିର୍ଦେଶ ଦେଇଥିଲେ। ଦୁଇ ସହପାଠୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ଛାତ୍ରଜଣକ ସ୍କୁଲର ଦ୍ୱିତୀୟ ମହଲାକୁ ଯାଇ ସେଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ପରେ ସ୍କୁଲ୍‍ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ୍‍ ଆଗରେ ବିକ୍ଷୋଭ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories