www.samajalive.in
Sunday, December 14, 2025
19.1 C
Bhubaneswar

ବିଦ୍ୟୁତ୍‍ ଦର ବୃଦ୍ଧିକୁ ବିରୋଧ କରି ବିଜେପି ପକ୍ଷରୁ ଝୁମ୍ପୁରା ବିଦ୍ୟୁତ୍‍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଝୁମ୍ପୁରା : ବାରମ୍ବାର ବିଦ୍ୟୁତ୍‍ ବିଲ ବୃଦ୍ଧି ଘଟୁଥିବାରୁ ଏହାର ପ୍ରଭାବ ସିଧା ଉପଭୋକ୍ତା ଉପରେ ପଡୁଥିବାରୁ ଏହାକୁ ବିରୋଧ କରି ଭାରତୀୟ ଜନତା ଦଳ ପକ୍ଷରୁ ସୋମବାର ଦିନ ଝୁମ୍ପୁରା ସ୍ଥିତ ବିଦ୍ୟୁତ୍‍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ କରିଛନ୍ତି। ଜିଲା ବିଜେପି ସାଧାରଣ ସଂପାଦକ ଅନୁବ୍ରତ ବେହେରାଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବକ୍ଷାରରେ ଅନୁଷ୍ଠିତ ବିକ୍ଷୋଭ ସହିତ ପ୍ରତିବାସ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ପାଟଣା ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ଭବନୀ ଶଙ୍କର ନାୟକ, ଜିଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ପୂର୍ବତନ ଜିଲାପରିଷଦ ସଭ୍ୟ ସୁନିଲ କୁମାର ମହାନ୍ତ, ଉଖୁଣ୍ଡା ମଣ୍ଡଳ ବିଜେପି ସଭାପତି ଲକ୍ଷ୍ମଣ କୁମାର ରାଉତ, ପଞ୍ଚାନନ ମହାନ୍ତ, ଶାନ୍ତୁନୁ କୁମାର ସେଠି,ଅନିଦ୍ୟ ବେହେରା, ଉମାକାନ୍ତ ମହାନ୍ତ,ଅର୍ଶଳା ସରପଞ୍ଚ ପ୍ରଶ୍ନ ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା କର୍ମକର୍ତ୍ତା ମାନେ ତାଙ୍କ ବକ୍ତବ୍ୟରେ କହିଲେ କରୋନା ସମୟରେ  ବର୍ତ୍ତମାନ ଲୋକଙ୍କ ପରିବାର ଚଳାଇବା ନିମନ୍ତେ ପାଖରେ ଟଙ୍କାର ଘୋର ଅଭାବ ରହିଥିବା ବେଳେ ଏପଟେ ବିଦ୍ୟୁତ୍‍ ଶୁଳ୍କ ବୃଦ୍ଧି ତା ସହିତ କୌଣସି କାରଣ ନଥାଇ ଘନ ଘନ ବିଦ୍ୟୁତ୍‍ କାଟ କରିବା ସହିତ ଲୋ ଭୋଲଟେଜ ଯୋଗୁଁ ଉପଭକ୍ତା ମାନେ ବିଦ୍ୟୁତ୍‍ ଦ୍ୱାରା ଯେଉଁ କାମ କରିବା କଥା ତାହା ଠିକ୍‍ ସମୟରେ କରି ପାରୁ ନାହାନ୍ତି। ବିଦ୍ୟୁତ୍‍ ବିଲ ବୃଦ୍ଧି କୁ ତୁରନ୍ତ ଫେରାଇବା ସହିତ ବାରମ୍ବାର ବିଦ୍ୟୁତ୍‍ କାଟକୁ ବନ୍ଦ କରିବା ଦିଗରେ ବିଭାଗ ସ୍ୱତନ୍ତ ଦୃଷ୍ଟି ଦେବାକୁ ଦାବି କରିଥିଲେ। ପ୍ରତିବାଦ ସଭା ଶେଷରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଝୁମ୍ପୁରା ବିଦ୍ୟୁତ୍‍ ବିଭାଗର ବିଭାଗୀୟ ଯନ୍ତ୍ରୀଙ୍କ ପ୍ରଦାନ କରିଥିଲେ। ବିକ୍ଷୋଭ ପ୍ରର୍ଦଶନ କାର୍ଯ୍ୟକ୍ରମରେ ବ୍ଲକର ୨୨ ଗୋଟି ପଞ୍ଚାୟତର ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories