www.samajalive.in
Wednesday, December 10, 2025
18.1 C
Bhubaneswar

ଜଷ୍ଟ ଡାଏଲର ୪୦.୯୫% ଅଂଶଧନ ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ ଭେଂଚର୍ସ

ମୁମ୍ବଇ: ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ (ଆରଆରଭିଏଲ) ପକ୍ଷରୁ ୩୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ ଡାଏଲ ଲିମିଟେଡର ୪୦.୯୫ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଏଥିନେଇ ଆରଆରଭିଏଲ, ଜଷ୍ଟ ଡାଏଲ ଲିମିଟେଡ ଓ ଭିଏସଏସ ମନିଙ୍କ ତରଫରୁ ଏକ ନିର୍ଦିଷ୍ଟ ଚୁକ୍ତି କାର୍ଯ୍ୟକାରୀ କରାଯାଇଛି। ସେହି ଚୁକ୍ତି ଅନୁଯାୟୀ ସେୟାର ପିଛା ୧୦୨୨.୨୫ ଟଙ୍କା ମୂଲ୍ୟରେ ୨.୧୨ କୋଟି ଇକ୍ୱିଟି ସେୟାରର ଅଗ୍ରାଧିକାର ଆବଂଟନ (ପ୍ରିଫରେନ୍ସିଆଲ ଆଲଟମେଂଟ) କରାଯିବ। ଭିଏସଏସ ମଣିଙ୍କ ଠାରୁ ସେୟାର ପିଛା ୧୦୨୦ ଟଙ୍କା ମୂଲ୍ୟରେ ଆରଆରଭିଏଲ ୧.୩୧ କୋଟି ସେୟାର (୧୫.୬୨%) ଅଧିଗ୍ରହଣ କରିବ। ଆରଆରଭିଏଲ ତରଫରୁ ନିବେଶ କରାଯାଇଥିବା ପୁଞ୍ଜି ଜଷ୍ଟ ଡାଏଲ୍ର ବିକାଶ ଓ ସଂପ୍ରସାରଣରେ ସହାୟକ ହେବା ସହିତ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଅଧିକ ଭଲ ଭାବରେ ତାଲିକାଭୁକ୍ତ ତଥା ବାଣିଜ୍ୟ ପ୍ଲାଟଫର୍ମରେ ସାମିଲ କରି ଅଭିବୃଦ୍ଧି ଓ ସମ୍ପ୍ରସାରଣକୁ ଆଗକୁ ବଢ଼ାଇବାରେ ସହାୟକ ହେବ। ଏହି କାରବାର ସମ୍ପର୍କରେ ଇଶା ଅମ୍ବାନି, ନିର୍ଦେଶକ, ଆରଆରଭିଏଲ କହିଛନ୍ତି ଯେ, ଜଷ୍ଟ ଡାଏଲ ଓ ପ୍ରଥମ ପିଢ଼ିର ଉଦ୍ୟୋଗୀ ଭିଏସଏସ ମଣିଙ୍କ ସହିତ ସହଯୋଗିତା ସ୍ଥାପନ କରି ରିଲାଏନ୍ସ ବେଶ୍ ଉତ୍ସାହିତ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories