www.samajalive.in
Monday, December 15, 2025
27.1 C
Bhubaneswar

ଭାରତକୁ ମିଳିଲା ୨ଟି ଏମଏଚ- ୬୦ଆର ସିହକ୍‍ ହେଲିକପ୍ଟର ଓ ପି-୮ ପୋସିଡନ୍‍

ୱାଶିଂଟନ: ଭାରତର ପ୍ରତିରକ୍ଷା ବାହିନୀ ଆମେରିକାର ନୌସେନା ନିକଟରୁ ଦୁଇଟି ଏମଏଚ-୬୦ ଆର ସିହକ୍‍ ହେଲିକପ୍ଟର ଏବଂ ଦଶମ ପି-୮ ପୋସିଡନ୍‍ ସାମୁଦ୍ରିକ ସତର୍କ ଦୃଷ୍ଟି ନିରୀକ୍ଷଣକାରୀ ବିମାନ ହାସଲ କରିଛି । ଏହା ଦୁଇ ଦେଶର ନୌବାହିନୀ ମଧ୍ୟରେ ଆନ୍ତଃପରିଚାଳନା ଏବଂ ସହଯୋଗକୁ ଅଧିକ ମଜଭୁତ କରିବ ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଭାରତୀୟ ନୌସେନା ଆମେରିକା ନିକଟରୁ ମୋଟ ୨୪ଟି ଏମଏଚ-୬୦ ଆର ହେଲିକପ୍ଟର ଖରିଦ କରିବାକୁ ଯାଉଛି । ଏହି ବହୁ ଉଦ୍ଦେଶ୍ୟ ସାଧନକାରୀ ହେଲିକପ୍ଟର ଲକହିଡ ମାର୍ଟିନ କମ୍ପାନୀ ଦ୍ୱାରା ନିର୍ମାଣ କରାଯାଇଛି ଏବଂ ଏଥିପାଇଁ ଭାରତ ୨.୪ ବିଲିଅନ ଆମେରିକୀ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷର କରିଛି ।

ଆମେରିକା ବାହାରେ ଭାରତ ପ୍ରଥମ ରାଷ୍ଟ୍ର ଭାବରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପି-୮ ସତର୍କ ଦୃଷ୍ଟି ନିରୀକ୍ଷଣକାରୀ ବିମାନ ଉଡାଣ କରିଥିବା ଜଣାଯାଇଛି । ଏହି ବିମାନ ହାସଲ ପରେ ଭାରତର ଉପକୂଳ ସୁରକ୍ଷା କ୍ଷମତା ଯଥେଷ୍ଟ ବୃଦ୍ଧିଘଟିବା ସହିତ ଆମେରିକା ଏବଂ ଭାରତ ନୌବାହିନୀ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ ହୋଇପାରିବ ବୋଲି ନୂଆଦିଲ୍ଲୀ କହିଛି । ଏମଏଚ-୬୦ ଆର ସମସ୍ତ ପାଣିପାଗ ପରିସ୍ଥିତିରେ ସମୁଦ୍ର ଉପକୂଳରେ କାର୍ଯ୍ୟ କରିବାକୁ ସମର୍ଥ ଏବଂ ଏହା ବହୁବିଧ ଅଭିଯାନରେ ନିୟୋଜିତ ହୋଇପାରିବ । ଏଥିରେ ସର୍ବାଧୁନିକ ବିମାନ ଚାଳନା କୌଶଳ ଖଞ୍ଜାଯାଇଛି । ତାହାସହିତ ଏଥିରେ ଅନ୍ୟାନ୍ୟ ସ୍ୱତନ୍ତ୍ର ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଖଞ୍ଜାଯାଇପାରିବ । ଏହି ହେଲିକପ୍ଟର ଉଡାଣ ନିମନ୍ତେ ଭାରତର ପ୍ରଥମ ବ୍ୟାଚ ବୈମାନିକ ସଂପ୍ରତି ଆମେରିକାରେ ତାଲିମ ନେଉଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories