ଲଣ୍ଡନ: ବ୍ରିଟେନରେ ସଂପ୍ରତି କୋଭିଡର ଡେଲଟା ପ୍ରକରଣ ଜନିତ ସଂକ୍ରମଣ ବୃଦ୍ଧିପାଉଥିବାବେଳେ ଅନେକ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ତେବେ ସେମାନଙ୍କ ମଧ୍ୟରୁ ୬୦% କୋଭିଡ ଟିକା ନେଇଥିବା କହିଛନ୍ତି ବ୍ରିଟେନର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପାଟ୍ରିକ ଭାଲାନ୍ସ। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ସରକାର ସଂପ୍ରତି ଟିକାକରଣ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ କୁହାଯାଇଛି ଯେ କୋଭିଡର ଦୁଇ ପାନ ଟିକା ନେଇଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହେଲେ ସେମାନଙ୍କ କ୍ଷେତ୍ରରେ ଡାକ୍ତରଖାନାରେ ଭର୍ତ୍ତିହେବା ଆଶଙ୍କା ହ୍ରାସ ପାଉଛି। ଇତିମଧ୍ୟରେ ବିଶ୍ୱର ଅନେକ ରାଷ୍ଟ୍ରରେ ଡେଲଟା ପ୍ରକରଣ ତାହାର କାୟା ବିସ୍ତାର କରିବାରେ ଲାଗିଛି। ବିଶେଷକରି ଜାପାନରେ ଅଲିମ୍ପିକ୍ସ ୨୦୨୦ କୋଭିଡ ସଂପର୍କିତ କଡା କଟକଣା ମଧ୍ୟରେ ଆୟୋଜନ କରାଯାଉଥିବାବେଳେ ସେଠାରେ କ୍ରୀଡା ଗ୍ରାମରେ ଚାରିଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଘଟଣା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।
Popular Categories



