www.samajalive.in
Sunday, December 7, 2025
26.1 C
Bhubaneswar

ଜମ୍ମୁ କାଶ୍ମୀରରେ ଇସଲାମିକ ଷ୍ଟେଟର ସିଧାସଳଖ ଉପସ୍ଥିତିର ପ୍ରମାଣ ମିଳିଲା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ସଂପ୍ରତି ଇସଲାମିକ ଷ୍ଟେଟର ସିଧାସଳଖ ଉପସ୍ଥିତିର ପ୍ରମାଣ ମିଳିଛି, ଯାହା ସୁରକ୍ଷା ବାହିନୀକୁ ଚିନ୍ତାରେ ପକାଇ ଦେଇଛି। ଜୁଲାଇ ୧୧ ତାରିଖରେ ଉମର ନିଶାର ଭଟ୍ଟ ଏବଂ ତାଙ୍କର ଦୁଇ ସହଯୋଗୀ ଗିରଫ ହେବାପରେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡିକ ଏଠାରେ ଇସଲାମିକ ଷ୍ଟେଟର ପ୍ରତ୍ୟକ୍ଷ ଉପସ୍ଥିତି ଥିବା ପ୍ରମାଣ ପାଇପାରିଛନ୍ତି। ଏହା ପୂର୍ବରୁ ଜୁଲାଇ ପ୍ରଥମ ଭାଗରେ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ନିସାର ଓରଫ କାସିମ ଖୋରାସାନି ଏବଂ ତାଙ୍କ ସହଯୋଗୀ ତନଭିର ଅହମଦ ଭଟ ଏବଂ ରମିଜ ଅହମଦ ଲୋନଙ୍କୁ ମୌଳବାଦୀ ଚିନ୍ତାଧାରା ପ୍ରଚାର ପ୍ରସାର ଏବଂ ଜିହାଦ ପାଇଁ ଭାରତର ଯୁବକଙ୍କୁ ଆଇଏସଆଇଏସରେ ସାମିଲ କରିବା ଅଭିଯୋଗରେ ଗିରଫ କରିବା ବିଷୟ ପ୍ରକାଶ କରିଥିଲା। ଏହି ତିନିଜଣ ଯାକ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲାର ବାସିନ୍ଦା ଅଟନ୍ତି।

କାସିମ ଖୋରାସାନି ଜମ୍ମୁ କାଶ୍ମୀରରେ ଇସଲାମିକ ଷ୍ଟେଟର ଅନ୍ୟତମ ପ୍ରତିଷ୍ଠାତା ବୋଲି କୁହାଯାଉଛି ଏବଂ ଗୁଇନ୍ଦା ସଂସ୍ଥା ଗତ ଏକବର୍ଷ ଧରି ତାଙ୍କର ପିଛା କରୁଥିଲେ। ଭାରତୀୟ ଗୁଇନ୍ଦା ସଂସ୍ଥା ୨୦୨୦ ଏପ୍ରିଲରେ ଏକ ମେସେଜିଂ ଆପ୍ଲିକେସନରୁ ଖୋରାସାନିଙ୍କୁ ଚିହ୍ନଟ କରିଥିଲେ। ସେ ଭାରତରେ ଇସଲାମିକ ଷ୍ଟେଟ ସମ୍ପର୍କରେ ପ୍ରଚାର ପ୍ରସାର କରିବାକୁ ‘ସ୍ୱାତ ଅଲ-ହିନ୍ଦ’ ପତ୍ରିକା ପ୍ରସାରଣ ବିଷୟରେ ତାଙ୍କ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରୁଥିବା ଉକ୍ତ ଆପ୍ଲିକେସନରେ ଦେଖିବାକୁ ମିଳିଥିଲା। ଉକ୍ତ ପତ୍ରିକାରେ ଭାରତ ବିରୁଦ୍ଧରେ ଧର୍ମ ଯୁଦ୍ଧ ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଥିଲା। ଯେଉଁଥିରେ ସିରିୟାରୁ ଜେହାଦିମାନେ କଳା ପତାକା ଧରି ଭାରତ ଅଭିମୁଖେ ଯାତ୍ରା କରିବା ସହିତ ଭାରତକୁ ଇସିଲାମିକ ଷ୍ଟେଟ ରାଷ୍ଟ୍ରରେ ପରିଣତ କରିବା ବିଷୟ ଉଲ୍ଲେଖ ରହିଥିଲା। ସୁରକ୍ଷା ବାହିନୀ ଏହି ଆତଙ୍କବାଦୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣ ଆପତ୍ତିଜନକ କାଗଜପତ୍ର, ମୋବାଇଲଫୋନ, ଟାବଲେଟ, ଲାପଟପ, ହାର୍ଡ ଡିସ୍କ, ଆଇଏସଆଇଏସ ଲୋଗୋ ଥିବା ଟି ସାର୍ଟ ଆଦି ଜବତ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories