www.samajalive.in
Sunday, December 14, 2025
15.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଓଡ଼ିଶା କ୍ରିକେଟ ଆସୋସିଏନ ଜରିଆରେ ହେବ କ୍ରିକେଟ ଏକାଡେମୀ। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାରେ ହେବ କ୍ରିକେଟ ଏକାଡେମୀ। ତୃତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଜିଲାରେ ହେବ କ୍ରିକେଟ ଏକାଡେମୀ।

–ତୃଣମୂଳସ୍ତରରେ କ୍ରିକେଟର ଉନ୍ନତି ଏବଂ ଖେଳାଳି ବାହାର କରିବାକୁ ପ୍ରୟାସ। କ୍ରୀଡ଼ା ମନ୍ତ୍ରୀ, ସଚିବଙ୍କ ଉପସ୍ଥିତିରେ ଭର୍ଚୁଆଲରେ ଭିତ୍ତିପ୍ରସ୍ତର ସ୍ଥାପନ।

- Advertisement -

–ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ଡିଜିପିଙ୍କୁ ଦାବିପତ୍ର ଦେଲେ ମୃତ ସୌମ୍ୟଙ୍କ ବାପା ଅଭିରାମ। ବୋହୁ, ଡିଏଫଓ, ରୋଷେୟାଙ୍କ ଲାଇଡିଟେକ୍‌ସନ ଟେଷ୍ଟ ଦାବି।

–ସୌମ୍ୟଙ୍କ ଶ୍ବଶୁର ଘରେ ପହଞ୍ଚିଲା ପାରଳାଖେମୁଣ୍ଡି ପୁଲିସ। ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚୁରା କରିଥିବା ସୂଚନା

–ଭୁବନେଶ୍ୱରର ଗଙ୍ଗନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ଦ୍ୱାରା କରାଗଲା କଣ୍ଟେନମେଣ୍ଟ

–ସୁବର୍ଣ୍ଣପୁର ଜିଲା ତରାଭ ବ୍ଲକ ପଣ୍ଡକିମାଲ ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ

–ମୁରାଦାବାଦ–ଆଗ୍ରା ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

–ସଂସଦ ଅଧିବେଶନ ଆରମ୍ଭ; ବିରୋଧୀଙ୍କ ହୋ ହଲ୍ଲା; ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବି

–ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଜଣେ କ୍ୟାଡର ମାଓବାଦୀ ଅଟକ

–ଭୁବନେଶ୍ୱର ଶିଶୁଭବନ ଛକରେ ଜିଲା ବିଜେପିର ବିକ୍ଷୋଭ ପ୍ରଦର୍ଶନ ; ମୋ ସାଇକେଲକୁ କୋକେଇ କରି ଶିଶୁ ଭବନ ଛକରୁ ରାଜମହଲ ଯାଏଁ ରାଲି

–ରାଜ୍ୟରେ କରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା ; ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିବା ସହ ତୃତୀୟ ଲହର ଆସିନଥିବା ନେଇ ସୂଚନା

–ପରିସମ୍ପତ୍ତି ମୁଦ୍ରିକରଣରୁ ସରକାରଙ୍କର ୫ ବର୍ଷ ମଧ୍ୟରେ ୭୦,୦୦୦ କୋଟି ସଂଗ୍ରହ ଲକ୍ଷ୍ୟ

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪୮ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୯୫୫ ଏବଂ ସ୍ଥାନୀୟ ସଂକ୍ରମିତ ୬୯୩। ରାଜ୍ୟରେ ଦିନକରେ ୨୪୯୨ ଆକ୍ରାନ୍ତ ସୁସ୍ଥ

–ଏପର୍ୟ୍ୟନ୍ତ ୧୫୧୩୫୮୬୨ ନମୁନା ପରୀକ୍ଷା ; ସେମାନଙ୍କ ମଧ୍ୟରୁ ୯୫୫୯୭୪ ଜଣ ସଂକ୍ରମିତ ଚିହ୍ନଟ ; ୯୩୦୪୧୮ ଜଣ ସୁସ୍ଥ। ରାଜ୍ୟରେ ସଂପ୍ରତି ୨୦୩୮୭ ଜଣ ସକ୍ରିୟ ସଂକ୍ରମିତ

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୃତ୍ୟୁସଂଖ୍ୟା ୫୧୧୬ ; ଖୋର୍ଦ୍ଧାରୁ ସର୍ବାଧିକ ୧୯ ମୃତ

–ରାଜସ୍ଥାନର ଜୋଧପୁରରେ ଏକ ଲୋମଟାଙ୍କୁରା ଘଟଣା ; ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

–ଜମ୍ମୁ କାଶ୍ମୀରରେ ଜଣେ କୁଖ୍ୟାତ ଲସ୍କର କମାଣ୍ଡରଙ୍କ ସମେତ ୨ ଆତଙ୍କି ନିହତ

–୩୦ ଦିନ ମଧ୍ୟରେ ୭୫%ଙ୍କୁ ପ୍ରଥମ ପାନ କୋଭିଡ ଟିକାକରଣ ମୃତ୍ୟୁସଂଖ୍ୟା ହ୍ରାସ କରିପାରିବ- ଆଇସିଏମଆର

–ମୁମ୍ବଇରେ ଭୀଷଣ ବର୍ଷା; ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୧୬୪ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

–ଦିନକରେ ୩୮,୬୬୦ ଜଣ କୋଭିଡ ସଂକ୍ରମିତ ଆରୋଗ୍ୟ ଲାଭ। ସମୁଦାୟ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୨୧,୬୬୫ରେ ପହଞ୍ଚିଛି

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories