www.samajalive.in
Monday, December 8, 2025
14.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ଜଣେ ଗୁରୁତର ପୁଲିସ ପ୍ରଶାସନର ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

ରାମନାଗୁଡା: ରାୟଗଡା ଜିଲା ଗୁଡାରି ଥାନା ଅନ୍ତର୍ଗତ ଗୁମୁଡ଼ା ନିକଟ ସୁଥରାଜପୁର ଠାରେ ସୋମବାର ୩୨୬ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଗୁମୁଡ଼ା ର ଗୋପାଳ ପୁର ଗ୍ରାମ ର ନିମାଲା କୁନା(୪୫) ଏବଂ ମିଟୁ ପାଳାକା (୪୦) ଓଡି ୧୦ଏ ୪୭୭୧ ନମ୍ବର ବିଶିଷ୍ଟ ନିଜ ବାଇକ ଯୋଗେ ରାମନାଗୁଡାକୁ କୌଣସି ଏକ କାର୍ଯ୍ୟରେ ଯାଇ ନିଜ ଘରକୁ ଫେରିବା ସମୟରେ ସୁଥରାଜପୁର ବୁଲାଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଅଜଣା ଗାଡି ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ କୁନା ନିମାଲାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମିଟୁ ପାଲାକାଙ୍କ ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିବା ଜଣାପଡିଛି। ଗୁରୁତର ଆହତ ଅବସ୍ଥାରେ ମିଟୁ ପାଲାକା ଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ପଠେଇ ଦେଇଥିବା ଖବର ମିଳିଛି। ମୃତ ବ୍ୟକ୍ତିଙ୍କ ଶବକୁ ରାସ୍ତା ଉପରେ ରଖି ସ୍ଥାନୀୟ ଲୋକମାନେ ମୁଖ୍ୟ ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଥିଲା । ଦୋଷୀକୁ ଖୁବଶୀଘ୍ର ଗିରଫ କରିବା ସହ ଦୁର୍ଘଟଣା ଘଟାଇ ଥିବା ଗାଡିକୁ ଜବତ ଦାବିରେ ରାସ୍ତା ଅବରୋଧ କରିଥିଲେ।

 

- Advertisement -

ଖବର ପାଇ ଗୁଣୁପୁର ଏସଡିପିଓ ଅଜୟ କୁମାର ବାରିକ, ଗୁଡାରି ଥାନାଧିକାରୀ ସୁଶାନ୍ତ କୁମାର ତାଉଡ଼ିଆ, ଗୁଡାରି ସବ ଇନ୍ସପେକ୍ଟର ଅନିରୁଦ୍ଧ ଜାଲି, ରାମନାଗୁଡା ଅତିରିକ୍ତ ତହସିଲଦାର ଫର୍ଡିଲାଣ୍ଡ ଏକ୍କା, ଭାମିନି ସରପଞ୍ଚ ରାମୂର୍ତି ବିଡ଼ିକା, ଗୋସେଇଁ ଗୁଳୁମୁଣ୍ଡା ରାଜସ୍ବ ନିରୀକ୍ଷକ ଅକ୍ରୁର ଶବର, ସାଂସଦ ପ୍ରତିନିଧି ଜି ପ୍ରସାଦ ରାଓ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ପରେ ରାସ୍ତା ଅବରୋଧ ହଟିଥିଲା। ମୃତ କୁନାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ପଠେଇ ଦେଇଥିବା ବେଳେ ଗୁଣୁପୁର ଏସଡିପିଓ ଅଜୟ କୁମାର ବାରିକ ଦୁର୍ଘଟଣା ଘଟେଇ ଥିବା ଗାଡିକୁ ଖୁବଶୀଘ୍ର ଜବତ ସହିତ ଚାଳକଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories