www.samajalive.in
Thursday, December 11, 2025
16.1 C
Bhubaneswar

ମଡେଲଙ୍କ ଫଟୋକୁ ଅଶ୍ଳୀଳ କରି ଭାଇରଲ କରିବା ଅଭିଯୋଗରେ ଯୁବକ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ସୁନାବେଡା ଗ୍ରାମର ସୌରଭ ମଣ୍ଡଳ (୨୧) ନାମକ ଜଣେ ଯୁବକକୁ ଜଣେ ମଡେଲଙ୍କ ଫଟୋକୁ ଅଶ୍ଳୀଳ କରି ଭାଇରଲ କରିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଛାତ୍ର ଜଣକ ଜୟପୁର ବିକ୍ରମଦେଵ କଲେଜ ଯୁକ୍ତ ତିନି ବିଜ୍ଞାନ, ରେ ପାଠ ପଢ଼ୁଥିବା ସୂଚନା ମିଳିଛି। ଛାତ୍ର ଜଣକୁ ସାଇବର କ୍ରାଇମ ଆଧାରରେ ମୁମ୍ବଇ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରି ଉମରକୋଟ ମାନ୍ୟବର ପ୍ରଥମ ଶେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରିବା ପରେ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମୁମ୍ବାଇ ନେଇ ଯାଇଛନ୍ତି।

ସୂଚନା ଅନୁଯାଇ ମହାରାଷ୍ଟ୍ର ମୁମ୍ବାଇ ମାୟା ନଗରିର ଜଣେ ମହିଳା ମଡେଲଙ୍କ ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରି ସେହି ଫଟୋକୁ ବିଭିନ୍ନ ପ୍ରକାର ନଗ୍ନ ରୂପ ଦେଇ ଏଡିଟ କରିଥିଲେ ଓ ପରବର୍ତୀ ସମୟରେ ସେହି ମହିଳା ମଡେଲଙ୍କୁ ବ୍ଲାକମେଲ କରି ତାଙ୍କ ଠାରୁ କିଛି ଟଙ୍କା ଦାବି କରିଥିଲେ। ମହିଳା ମଡେଲ ଜଣକ ଲୋକ ଲଜ୍ଜାକୁ ଡରି ସେ ଟଙ୍କା ମଧ୍ୟ ଦେଇଥିଲେ କିନ୍ତୁ ଏହି ଯୁବକ ଜଣକ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ବାରମ୍ବାର ଟଙ୍କା ମାଗିଥିଲେ ଓ ମହିଳା ମଡେଲ ଜଣକ ବ୍ୟତିବ୍ୟସ୍ତ ହୋଇ ମଡେଲ ଜଣକ ବ୍ୟବହାର କରୁଥିବା ସମସ୍ତ ସୋସିଆଲ ମିଡିଆରୁ ବିରତ ରହିଥିଲେ। କିନ୍ତୁ ସୌରଭ ଓ ଏହି ଗୋଷ୍ଠିର କିଛି ଧୃତ ଠକ ତାଙ୍କ ଭାଇଙ୍କ ଠିକଣା ବାହାର କରି ପୁଣି ସେହି ମହିଳା ମଡେଲଙ୍କୁ ବ୍ଲାକମେଲ କରି ଅର୍ଥ ଦାବି କରିଥିଲେ ଫଳରେ ମଡେଲଙ୍କ ଭାଇ ମହାରାଷ୍ଟ୍ର ସାଇବର ପୋଲିସ ନିକଟରେ କେସ କରିଥିଲେ। ଏହି ମାମଲାଟି ସାଇବର କ୍ରାଇମ ହୋଇଥିବାରୁ ମୁମ୍ବାଇ ପୋଲିସ ଏହାକୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ଓ ଏହାର ତଦନ୍ତ କରିବାକୁ ତିନିଜଣିଆ ଟିମ ଉମରକୋଟ ପୋଲିସର ସହାୟତାରେ ଗତକାଲି ରାତିରେ ଉମରକୋଟ ସୁନାବେଡ଼ ସ୍ଥିତ ସୌରଭଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଛନ୍ତି ଓ ବ୍ୟବହାର କରୁଥିବା ଗୋଟିଏ ମୋବାଇଲ ଜବତ କରିଛନ୍ତି। ଏହି ଅପରାଧିକ ମାମଲାରେ ଜଡିତ ଥିବା ସୌରଭଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ମୁମ୍ବାଇରୁ ଗିରଫ କରିଥିବା ସୂଚନା ମିଳିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories