www.samajalive.in
Thursday, December 11, 2025
16.1 C
Bhubaneswar

ଉଚ୍ଚଶିକ୍ଷା ପ୍ରମୁଖ ସଚିବଙ୍କ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ

ଗୋପାଳପୁର: ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଶନିବାର ଦିନ ଗଞ୍ଜାମ ଗସ୍ତରେ ଆସିବା ସହ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ ରେ ଆସିଥିଲେ।ଏହି ଅବସରରେ ସଚିବ ଶ୍ରୀ ମିଶ୍ର ଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି, କୁଳସଚିବ ପ୍ରଦୀପ କୁମାର ମିଶ୍ର, ବିତ୍ତନିୟନ୍ତ୍ରକ ତୁଷାର କାନ୍ତି ଖଟୁଆ, କଲେଜ ଉନ୍ନୟନ ପରିଷଦ ର ନିର୍ଦ୍ଦେଶିକା ପ୍ରଫେସର୍ ଅରୁନ୍ଧତୀ ରଥ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ଉପ କୁଳସଚିବ ଡ଼ଃ ବାବୁଜୀ ସାମଲ, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ପ୍ରମୁଖ ସ୍ବାଗତ କରିଥିଲେ। ସଚିବ ଶ୍ରୀ ମିଶ୍ର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ସିନେଟ୍ ହଲରେ ସଚିବ, କୁଳପତି ଓ କୁଳସଚିବ ପ୍ରମୁଖ ମଞ୍ଚାସିନ ରହି ଅଣ ଶିକ୍ଷକ କର୍ମଚାରୀଙ୍କ ସହ ସିପିଏଫ୍, ଜିପିଏଫ୍, ପଦୋନ୍ନତି, ଦୀର୍ଘ ବର୍ଷ ହେଲା ରହିଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା, ପୁନଃ ଥଇଥାନ, ଖାଲି ପଡ଼ିଥିବା କର୍ମଚାରୀ ପଦବୀରେ ନିଯୁକ୍ତି ଆଦି ଉପରେ ଆଲୋଚନା କରିଥିଲେ। ପରେ ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ହଷ୍ଟେଲ, ଦକ୍ଷିଣ ଓଡ଼ିଶା ସଂସ୍କୃତି ଗବେଷଣା କେନ୍ଦ୍ର, କ୍ୱାଟର, କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର, କେନ୍ଦ୍ରୀୟ ଗ୍ରନ୍ଥାଗାର, ବିଭିନ୍ନ ବିଭାଗ, ନିର୍ମାଣ ଚାଲିଥିବା କୋଠା, ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କୁ ସରକାରୀ ଯୋଜନାରେ ସହାୟତା ଓ ପାଠ ପଢା ଉପରେ ଆଲୋଚନା କରିଥିଲେ।

ଅପରାହ୍ନରେ ପୁଣି ଥରେ ସିନେଟ୍ ହଲ ପରିସରରେ ସଚିବ, କୁଳପତି, କୁଳସଚିବ, କଲେଜ ଉନ୍ନୟନ ପରିଷଦର ଅଧ୍ୟକ୍ଷା ଏବଂ ପିଜି କାଉନସିଲ ଅଧ୍ୟକ୍ଷଙ୍କ ଉପସ୍ତିତିରେ ବିଶ୍ଵବିଦ୍ୟାଳୟର ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷକମାନଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି, କ୍ୱାଟର ମରାମତି, କ୍ୱାଟର ଟେସ୍କ ଛାଡ, ଲାଙ୍ଗୁଏଜ୍ ଲେବ୍ ପ୍ରତିଷ୍ଠା, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ୱାଇ ଫାଇ କ୍ୟାମ୍ପସ ବ୍ୟବସ୍ଥା, ଶିକ୍ଷକଙ୍କ ପଦୋନ୍ନତି ନେଇ ଆଲୋଚନା କରିଥିଲେ। ଏହି ଅବସରରେ ସଚିବ ଶ୍ରୀ ମିଶ୍ର ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କୁ ଶୃଙ୍ଖଳିତ ହୋଇ ସମସ୍ତେ ମିଳିମିଶି କାମ କରିବା ସହ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷକମାନେ ପାଠପଢା, ଉନ୍ନତମାନର ଗବେଷଣା ସହ ପ୍ରଶାସନିକ କାମରେ ନିଜକୁ ନିୟୋଜିତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏ ନେଇ ସଚିବଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ କର୍ମଚାରୀ ଓ ଶିକ୍ଷକମାନଙ୍କ ସମସ୍ୟା ଗୁଡ଼ିକୁ କୁଳପତି, କୁଳସଚିବଙ୍କ ଜରିଆରେ ତାଙ୍କ ନିକଟରେ ଉପସ୍ଥାପିତ କରାଗଲେ ତାହାର ସେ ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ମତପୋଷଣ କରିଥିଲେ। ଏହା ସହ ବିଶ୍ବବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଏହା ଆଗାମୀ ଦିନରେ ସମାଧାନ ହୋଇଯିବ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅର୍ଥକୁ ଠିକ୍ ଭାବେ ବିନିଯୋଗ କରାଯିବା ସହ ବିଶ୍ବବିଦ୍ୟାଳୟ ର ଉନ୍ନତିକରଣ ନିମନ୍ତେ ପାଣ୍ଠି ର ଅଭାବ ନଥିବା ପ୍ରକାଶ କରିଥିଲେ।

- Advertisement -

ସରକାରଙ୍କ ନିୟମ ଅନୁସାରେ ବିଶ୍ବବିଦ୍ୟାଳୟ ରେ ଇ – ଅଫିସ ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସଚିବ ଙ୍କ ଗସ୍ତ ସମୟରେ ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ, ନିରାପତ୍ତା ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ, ଶିକ୍ଷକ ସଂଘର ସଭାପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ସମ୍ପାଦିକା ଡ. ସ୍ମୃତି ଦାଶ, ଡ. ନିହାର ରଞ୍ଜନ ମିଶ୍ର, ପ୍ରଫେସର ସୁଧାକର ପାତ୍ର, ଦୁର୍ଗା ଚରଣ ହୋତା, ନରେନ୍ଦ୍ର ବିଷୋୟୀ, ଭାରତୀ ଭୂଷଣ ପାଢ଼ୀ, ମାର୍କଣ୍ଡ କାର୍ଯି, ଏ. ସୁରୀୟା ପ୍ରକାଶ, ଡ. ଶଙ୍କର ମାଝୀ, ରବିନ୍ଦ୍ର ପାଣିଗ୍ରାହୀ, ଡ. ବଳଭଦ୍ର ତ୍ରିପାଠୀ, ଡ. ସୁମନ କଲ୍ୟାଣ ଚୌଧୁରୀ, ଡ.ମିହିର କୁମାର ତ୍ରପାଠୀ, ରାଜ କିଶୋର ମହାପାତ୍ର, ଦେବୀ ବେହେରା, ପ୍ରଫେସର୍ ପୁଷ୍ପାଞ୍ଜଳି ସାମନ୍ତରାୟ, ଡ. ଗୌରୀ ଶଙ୍କର ଲାଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories