www.samajalive.in
Sunday, December 14, 2025
16.1 C
Bhubaneswar

ଏଟିଏସ ଦ୍ୱାରା ଗିରଫ ଦୁଇ ଆତଙ୍କବାଦୀଙ୍କୁ ଆଇନଗତ ସହାୟତା ଦେବ ଜମାତ ଉଲେମା ଇ ହିନ୍ଦ୍‍

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପୁଲିସର ଏଟିଏସ ଦ୍ୱାରା ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଜମାତ ଉଲେମା ଇ ହିନ୍ଦ୍‍ ଆଇନଗତ ସହାୟତା ଯୋଗାଇଦେବ। ସୂଚନାଯୋଗ୍ୟ ଯେ ଚଳିତ ସପ୍ତାହରେ ଏହି ଦୁଇ ସନ୍ଦିଗ୍ଧଙ୍କୁ ଆଣ୍ଟି ଟେରର ସ୍କ୍ୱାଡ (ଏଟିଏସ) ଦ୍ୱାରା ଉତ୍ତର ପ୍ରଦେଶର କାକୋରିସ୍ଥିତ ଦୁବାଗା ଅଞ୍ଚଳରୁ ଗିରଫ କରାଯାଇଥିଲା।

ଏ ସମ୍ପର୍କରେ ଉତ୍ତର ପ୍ରଦେଶର ଆର୍ଶାଦ ମଦାନି ନାମକ ଜମାତ ଉଲେମା ଇ ହିନ୍ଦ୍‍ ସହିତ ସଂପୃକ୍ତ ଜଣେ ବ୍ୟକ୍ତି କହିଛନ୍ତି, ମୁସଲମାନ ଯୁବଗୋଷ୍ଠୀଙ୍କ ଜୀବନକୁ ଛାରଖାର କରିଦେବାକୁ ଆତଙ୍କବାଦକୁ ଏକ ଆୟୁଧ ଭାବରେ ବ୍ୟବହାର କରାଯିବା କାର୍ଯ୍ୟ ଜାରି ରହିଛି। ଏହି ନିରୀହ ମୁସଲମାନଙ୍କୁ ସମ୍ମାନଜନକ ଭାବରେ ନିର୍ଦ୍ଦୋଷରେ ଖଲାସ କରିବା ପର୍ଯ୍ୟନ୍ତ ତାଙ୍କର ଆଇନଗତ ଲଢେଇ ଜାରି ରହିବ। ପ୍ରାପ୍ତ ସୂଚନା ଅନୁଯାୟୀ ଗିରଫ ହୋଇଥିବା ଦୁଇ ଆତଙ୍କ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ପରିବାର ସଦସ୍ୟ ଆଇନଗତ ସହାୟତା ପାଇଁ ଜମାତ ଉଲେମା ଇ ହିନ୍ଦକୁ ଅନୁରୋଧ କରିଥିଲେ। ଏହାପରେ ଉକ୍ତ ସଂଗଠନର ଆଇନ ସହାୟତା କମିଟିର ସଭାପତି ଗୁଲଜାର ଆଜମି ଏହି ଦୁଇ ଗିରଫ ବ୍ୟକ୍ତିଙ୍କୁ ଆଇନ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିଲେ। ଏକ ସୂତ୍ର ଅନୁଯାୟୀ ଏହି ଦୁଇ ଜଣଙ୍କ ପକ୍ଷରୁ ମୋକଦ୍ଦମା ଲଢିବାକୁ ଆଇନଜୀବୀ ଫୁରକାନ ଖାଁଙ୍କୁ ନିଯୁକ୍ତ କରାଯାଇଛି।

- Advertisement -

ଇତିମଧ୍ୟରେ ଉତ୍ତର ପ୍ରଦେଶ ପୁଲିସ କହିଛି ଯେ ଏହି ଦୁଇ ଗିରଫ ସନ୍ଦିଗ୍ଧ ଆତଙ୍କିଙ୍କର ପାକିସ୍ତାନ ଆତଙ୍କି ଗୋଷ୍ଠୀସହିତ ସଂପର୍କ ରହିଥିଲା। ପ୍ରାଥମିକ ତଦନ୍ତରୁ ଏହି ଦୁଇଜଣ ଭାଜପା ସାଂସଦ ଏବଂ ଅନ୍ୟ କେତେକ ବରିଷ୍ଠ ନେତାଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲେ। ରାଜ୍ୟ ପୁଲିସ ପକ୍ଷରୁ ଆତଙ୍କିଙ୍କ ବିରୁଦ୍ଧରେ ଅଭିଯାନକୁ କଡାକଡି କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories