www.samajalive.in
Saturday, December 6, 2025
14.1 C
Bhubaneswar

ଦେଶରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୪୧,୮୦୬ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସ୍ତର ଦୁଇ ଦିନ ସାମାନ୍ୟ ହ୍ରାସ ପାଇବା ପରେ ଗତକାଲି ସେଥିରେ ପୁଣି ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୦୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବଦିନ ୩୮,୭୯୨ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଥିସହିତ ଗୋଟିଏ ଦିନରେ ୩୯,୧୩୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ଦେଶରେ ସଂପ୍ରତି ୪,୩୨,୦୪୧ ଜଣ ସଂକ୍ରିୟ ସଂକ୍ରମିତ ରହିଛନ୍ତି।

ଇତିମଧ୍ୟରେ ସମଗ୍ର ଦେଶରେ ୪୩.୮୦ କୋଟି ନମୁନା ପରୀକ୍ଷା କରାଯାଇସାରିଛି। କ୍ରମାଗତ ୨୪ ଦିନ ଧରି ଦୈନିକ ସଂକ୍ରମଣ ହାର ୨.୧୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୨୧% ରହିଛି। କରୋନାରୁ ସୁସ୍ଥହେବା ହାର ୯୭.୨୮% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୦୧,୪୩,୮୫୦ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଛନ୍ତି। ତାହାସହିତ ଦେଶରେ ଗତକାଲି ସଂଧ୍ୟା ସୁଦ୍ଧା ୩୯.୧୩ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories