www.samajalive.in
Tuesday, December 9, 2025
15.1 C
Bhubaneswar

ଭୁବନେଶ୍ୱରରୁ ୫୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ; ଏଥିସହିତ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର: କମିଶନରେଟ ପୁଲିସ ଭୁବନେଶ୍ୱରର କେସୁରା ଅଞ୍ଚଳରୁ ୫୫୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସାମ୍ବାଦିକଙ୍କ ନିକଟରେ ପ୍ରକାଶକରି ପୁଲିସ କମିଶନର କହିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମର ସହିଦନଗର ଅନ୍ତର୍ଗତ କେସୁରା ଅଞ୍ଚଳର ଏକ ଘରୁ ଏହି ବ୍ରାଉନସୁଗର ଜବତ କରାଯାଇଛି । ତାହାସହିତ ସେଠାରୁ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ସେଠାରେ ଚଢଉ କରିଥିବା ପୁଲିସ ଉକ୍ତ ଘରୁ ଏକ କାର ଏବଂ ଦୁଇଟି ବାଇକ ଜବତ କରିଥିବା ମଧ୍ୟ ସୂଚନା ଦେଇଛନ୍ତି ପୁଲିସ କମିଶନର ।

ଏହି ଘଟଣାରେ ଜଣେ ମହିଳା ଓ ଜଣେ ଯୁବକ ଗିରଫ ହୋଇଛନ୍ତି । ଉକ୍ତ ଯୁବକଙ୍କର ଜଳେଶ୍ୱର ଅଞ୍ଚଳ ସହିତ ସଂପୃକ୍ତ ରହିଥିବା ଜାଣିବାକୁ ମିଳିଛି । ସାଧାରଣତଃ ପଶ୍ଚିମବଙ୍ଗରୁ ଜଳେଶ୍ୱର ଦେଇ ଓଡ଼ିଶା ମଧ୍ୟକୁ ବ୍ରାଉନସୁଗର ଭଳି ନିଶାଦ୍ରବ୍ୟ ଚାଲାଣ ହେଉଥିବାରୁ ଏ ସମ୍ପର୍କରେ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଜବତ ହୋଇଥିବା ଏତେ ଟଙ୍କା ସମ୍ପର୍କରେ ମହିଳା ଜଣକ କୌଣସି ସଠିକ ସୂଚନା ଦେଇପାରୁନଥିବାରୁ ଉକ୍ତ ଟଙ୍କା ନିଶା କାରବାରରୁ ଆସିଥିବା ସନ୍ଦେହ କରାଯାଉଛି । ପୁଲିସ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଖୋଜୁଥିବା ସେ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories