www.samajalive.in
Friday, December 12, 2025
16.1 C
Bhubaneswar

ବିବାହିତା ବାପ ଘରେ ରହିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ବିବାହିତ ମହିଳମାନେ ଚାହିଁଲେ ସେମାନଙ୍କ ପସନ୍ଦ ଅନୁଯାୟୀ ଶାଶୂଘର କିମ୍ବା ବାପ ଘରେ ରହିପାରିବେ। ସ୍ୱାମୀ ସହିତ କିମ୍ବା ଶାଶୂ ଘରେ ରହିବା ବାଧ୍ୟତାମୂଳକ ନୁହେଁ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‍ ଏ ଏମ୍‍ ଖାନୱିଲକର ଓ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଏଥିସହିତ ଏହି ମାମଲାରେ ତଳ କୋର୍ଟ ଦେଇଥିବା ଏକ ରାୟକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଖାରଜ କରିଛନ୍ତି।
ମହମ୍ମଦ ଇବ୍ରାହିମ୍‍ ସିଦ୍ଧିକି ନାମକ ଜଣେ ଯୁବକ ଧର୍ମ ପରିବର୍ତ୍ତନ କରି ଆର୍ଯ୍ୟାନ୍‍ ଆର୍ଯ୍ୟା ନାମ ଧାରଣ କରିଥିଲେ। ଏହାପରେ ସେ ଛତିଶଗଡ଼ର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏ କଥା ଜଣାପଡ଼ିବା ପରେ ମହିଳା ଜଣକ ନିଜ ବାପ ଘରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ତାଙ୍କୁ ଶାଶୂ ଘରେ ବା ନିଜ ପାଖରେ ରଖିôôବାକୁ ଆର୍ଯ୍ୟାନ୍‍ ବାଧ୍ୟ କରିଥିଲେ। ମହିଳା ଜଣକ ଏଥିରେ ରାଜି ନହେବାରୁ ଆର୍ଯ୍ୟାନ୍‍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟ ଆର୍ଯ୍ୟାନ୍‍୍‍ଙ୍କ ସପକ୍ଷରେ ଯିବା ପରେ ମହିଳା ଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଉକ୍ତ ମହିଳାଙ୍କୁ ବ୍ୟକ୍ତିଗତ ଜେରା କରିବା ପରେ ତାଙ୍କୁ ଯୁକ୍ତିରେ ସନ୍ତୁଷ୍ଟ ହୋଇ ଉପରୋକ୍ତ ରାୟ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories