www.samajalive.in
Friday, December 12, 2025
16.1 C
Bhubaneswar

ଅଷ୍ଟମ ଶତାବ୍ଦୀର ଶିବ ମନ୍ଦିର

ପ୍ରାଚୀନ ମନ୍ଦିର ତାଲିକାରେ ବଟେଶ୍ବରନାଥ ଶିବ ମନ୍ଦିରର ନାମ ଶୀର୍ଷରେ ଅଛି। ମଧ୍ୟପ୍ରଦେଶର ମୋରେନା ଜିଲାରେ ଏହି ଶିବମନ୍ଦିର ଅବସ୍ଥିତ। ମିଳିଥିବା ତଥ୍ୟ ଅନୁସାରେ, ସେଠାରେ ୨୦୦ରୁ ଅଧିକ ମନ୍ଦିର ଥିଲା, କିନ୍ତୁ ବିଦେଶୀ ଆକ୍ରମଣ କାରଣରୁ ଅଧିକାଂଶ ଶିବ ମନ୍ଦିର ଭାଙ୍ଗିରୁଜି ଯାଇଛି। ୨୦୦୫ବେଳକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହି ମନ୍ଦିରର ସୁରକ୍ଷା ଦାୟିତ୍ବ ନେବା ସହ ଯଥା ଶୀଘ୍ର ମରାମତିର ଘୋଷଣା କରିଥିଲା। ଶିବମନ୍ଦିର ସହ ଏହି ପ୍ରାଙ୍ଗଣରେ ବିଷ୍ଣୁଙ୍କ ମନ୍ଦିର ମଧ୍ୟ ଅଛି। ଏଠାକୁ ଆସୁଥିବା ପର୍ୟ୍ୟଟକଙ୍କ ମୁଖ୍ୟ ପ୍ରଶ୍ନ ହେଲା, ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ଶିବମନ୍ଦିର ନିର୍ମିତ ହେବା ପଛର ରହସ୍ୟ କ’ଣ? ସେଠା ପୂଜକ କିମ୍ବା ଗବେଷକ କେହି ମଧ୍ୟ ଏହାର ସତ୍ୟାସତ୍ୟ ଏପର୍ୟ୍ୟନ୍ତ ଠାବ କରିପାରିନାହାନ୍ତି। କେତେକଙ୍କ ମତ ଥିଲା ଯେ ତନ୍ତ୍ର ସାଧନା ପାଇଁ ବୋଧହୁଏ ଏହି ମନ୍ଦିର ନିର୍ମାଣ ହୋଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସତ୍ୟାସତ୍ୟ ପ୍ରମାଣିତ ହୋଇପାରିନାହିଁ। ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏଇ ମନ୍ଦିର ଉପରେ ପ୍ରଥମେ ମୋଗଲ ଶାସକ ଆକ୍ରମଣ କରିଥିଲେ, ପରେ ଭୂମିକମ୍ପ କାରଣରୁ ମନ୍ଦିରର ସ୍ଥିତି ଦୁର୍ବଳ ହୋଇଥିବାର ଗବେଷକଙ୍କ ମତ। ଶିବରାତ୍ରିରେ ପ୍ରତିବର୍ଷ ଏଠାରେ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories