www.samajalive.in
Thursday, December 11, 2025
18.1 C
Bhubaneswar

ୟୁରୋ କପ୍‌ : ଇଟାଲୀ-ଇଂଲଣ୍ଡ ଫାଇନାଲ ଆଜି

ଲଣ୍ଡନ୍‌ : ବିଶ୍ବର ଦୁଇ ଶକ୍ତିଶାଳୀ ଫୁଟବଲ ଦଳ ଇଂଲଣ୍ଡ ଓ ଇଟାଲୀ ୟୁରୋ କପ୍‌ର ଫାଇନାଲରେ ମୁହାଁମୁହିଁ ହେବେ। ରବିବାର ୱେମ୍ବଲି ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଇଂଲଣ୍ଡ ପ୍ରଥମଥର ୟୁରୋ ଟ୍ରଫି ଧରିବାକୁ ଆଶା ରଖିଥିବା ବେଳେ ଇଟାଲୀ ୫୩ ବର୍ଷ ପ୍ରତୀକ୍ଷାର ଅନ୍ତଃ ଘଟାଇବା ଲକ୍ଷ୍ୟରେ ରଖିଛି। ସ୍ପେନ୍‌ ଓ ବେଲ୍‌ଜିୟମ ଭଳି ଦଳକୁ ପରାସ୍ତକରି ଇଟାଲୀ ଫାଇନାଲରେ ପହଞ୍ଚିଥିବା ବେଳେ ଜର୍ମାନୀ ଓ ଡେନମାର୍କ ଭଳି ଦଳକୁ ପରାସ୍ତକରି ଇଂଲଣ୍ଡ ଟ୍ରଫି ଦାବିଦାର ଭାବେ ଉଭାହୋଇଛି।
ଇଟାଲୀ ୧୯୬୮ରେ ଶେଷ ତଥା ପ୍ରଥମଥର ୟୁରୋ କପ୍‌ ଚମ୍ପିଆନ ହୋଇଥିଲା। ଏଥି ମଧ୍ୟରେ ୧୨ଟି ସଂସ୍କରଣ ଶେଷ ହୋଇଥିଲେ ମଧ୍ୟ ଇଟାଲୀ ୟୁରୋ କପ୍‌ ପୁନର୍ବାର ହାତେଇ ପାରିନାହିଁ। ୨୦୦୦ ଓ ୨୦୧୨ରେ ଇଟାଲୀ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ରନର୍ସଅପ୍‌ ହୋଇଥିଲା। ୨୦୧୨ ବିଶ୍ବ ଚମ୍ପିଆନ ପରେ ଇଟାଲୀ ନିକଟରେ କୌଣସି ବଡ଼ ପ୍ରତିଯୋଗିତାରେ ସଫଳତା ହାସଲ କରିନାହିଁ। ଫେଡରିକୋ କିଏସା, ଆଣ୍ଟ୍ରିଆ ବେଲୋତି, ଲିଓନାଡ୍ରୋ ବେନୁଚି, ଫେଡାରିକୋ ବର୍ନଡିସ୍କ, ଜର୍ଜିନୋ, ମାନୁଏଲ ଲୋକାଟୋଲି ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। କ୍ରମାଗତ ୩୩ଟି ମ୍ୟାଚରେ ଅପରାଜିତ ରହି ରେକର୍ଡ କରିଥିବା ଇଟାଲୀ ଏହି ଧାରାକୁ ବଜାୟ ରଖିବାକୁ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଘରୋଇ ଦର୍ଶକଙ୍କ ଉତ୍ସାହରେ ନୂଅ​‌ା ଇତିହାସ ରଚିବାର ଅପେକ୍ଷାରେ ରହିଛି। ୧୯୬୬ ବିଶ୍ବ ଚମ୍ପିଆନ ଇଂଲଣ୍ଡ ୫୫ ବର୍ଷ ପରେ କୌଣସି ଏକ ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମଥର ୟୁରୋ କପ୍‌ ଫାଇନାଲରେ ପ୍ରବେଶ କରିଥିବା ହାରି କେନ୍‌ଙ୍କ ନେତୃତ୍ବାଧିନ ଇଂଲଣ୍ଡ ଚମ୍ପିଆନ ହେବାକୁ ନେଇ ଆଶାରଖିଛି। ଶେଷ ୧୭ଟି ମ୍ୟାଚ ମଧ୍ୟରୁ ୧୫ଟି ମ୍ୟାଚରେ ବିଜୟୀ ହୋଇଥିବା ଇଂଲଣ୍ଡ ହାରି କେନ୍, ରହିମ୍ ଷ୍ଟର୍ଲିଂ ଓ ହାରି ମାଗ୍ବେର୍ ଭଲ ର୍ଫମରେ ରହିଥିବାରୁ ଇଟାଲୀ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।
ଇଟାଲୀ ସପକ୍ଷରେ ରେକର୍ଡ
ଇଂଲଣ୍ଡ ଓ ଇଟାଲୀ ଉଭୟ ଦଳ ୨୭ଥର ମୁହଁାମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ୮ଟି ଓ ଇଟାଲୀ ୧୧ଟି ମ୍ୟାଚ୍ ଜିତିଥିବା ବେଳେ ୮ଟି ମ୍ୟାଚ୍‌ ଡ୍ର ରହିଛି। ୟୁରୋ କପରେ ଉଭୟ ଦଳ ୨ ଥର ମୁହଁାମୁହିଁ ହୋଇଥିବା ବେଳେ ଇଟାଲୀ ଗୋଟିଏ ଓ ଇଂଲଣ୍ଡ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଶେଷଥର ଉଭୟ ୨୦୧୨ ୟୁରୋ କପ୍‌ କ୍ବାର୍ଟର ଫାଇନାଲରେ ଭେଟି ଥିବାବେଳେ ଏଥିରେ ଇଟାଲୀ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ବିଜୟୀ ହୋଇଥିଲା।
ଫାଇନାଲକୁ ରାସ୍ତା
ଗ୍ରୁପ୍‌ ‘ଏ’ରେ ଥିବା ଇଟାଲୀ ଲିଗ୍‌ ପର୍ଯ୍ୟାୟରେ ୩-୦ରେ ତୁର୍କୀକୁ, ୩-୦ରେ ସ୍ବିଜରଲାଣ୍ଡ୍‌କୁ ଓ ୧-୦ରେ ୱେଲ୍‌ସକୁ ପରାସ୍ତକରି ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଥିଲା। ପ୍ରିକ୍ବାର୍ଟରରେ ୨-୧ରେ ଅଷ୍ଟ୍ରିଆକୁ, କ୍ବାର୍ଟରରେ ୨-୧ରେ ବେଲ୍‌ଜିୟମକୁ ଓ ସେମିଫାଇନାଲରେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ସ୍ପେନକୁ ପରାସ୍ତକରି ଫାଇନାଲରେ ପହଞ୍ଚିଛି। ଗ୍ରୁପ୍‌ ‘ଡି’ରେ ଥିବା ଇଂଲଣ୍ଡ ଲିଗ୍‌ ପର୍ଯ୍ୟାୟରେ ୧-୦ରେ କ୍ରୋଏସିଆକୁ, ୧-୦ରେ ଚେକ୍‌ ଗଣରାଜ୍ୟକୁ ହରାଇଥିଲା ଏବଂ ସ୍କଟଲାଣ୍ଡ ସହ ମ୍ୟାଚ ଡ୍ର ରଖିଥିଲା। ଏହା ପ୍ରିକ୍ବାର୍ଟରରେ ୨-୦ରେ ଜର୍ମାନୀକୁ, କ୍ବାର୍ଟରରେ ୪-୦ରେ ୟୁକ୍ରେନକୁ ଓ ସେମିଫାଇନାଲରେ ୨-୧ରେ ଡେନମାର୍କକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories