www.samajalive.in
Wednesday, December 10, 2025
18.1 C
Bhubaneswar

ଥଣ୍ଡା-ସର୍ଦି ଭଳି ରହିବ କରୋନା

ନୂଆଦିଲ୍ଲୀ : କରୋନା ସଂକ୍ରମଣ ସାଧାରଣ ସର୍ଦି ଓ ଥଣ୍ଡା ଜ୍ବର ଭଳି ସବୁ ସମୟରେ ରହିବ ଏବଂ ବିଭିନ୍ନ ସମୟରେ ଏହାର ଗୋଟିଏ ପରେ ଗୋଟିଏ ଲହର ଆସିବ। ଏଥିପ୍ରତି ଆତଙ୍କିତ ନ ହୋଇ ସତର୍କତା ଅଲମ୍ବନ କରାଯିବା ଉଚିତ ବୋଲି ଆଇସିଏମ୍‌ଆର ବିଶେଷଜ୍ଞମାନେ କହିଛନ୍ତି।

କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି। ଅନ୍ୟ ଏକ ଖବର ଅନୁସାରେ ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍‌ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଆସନ୍ତା ୪ରୁ ୬ ସପ୍ତାହ ମଧ୍ୟରେ ଅନୁମତି ପ୍ରଦାନ କରିବା ସମ୍ଭାବନା ରହିଛି।
ଏ ସମ୍ପର୍କରେ ସଂଗଠନର ବିଶେଷଜ୍ଞ ସୌମ୍ୟା ସ୍ବାମୀନାଥନ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରୁ ୭୭.୮ ପ୍ରତିଶତ ଫଳପ୍ରଦ ଓ ନିରାପଦ ବୋଲି ସ୍ପଷ୍ଟ ହୋଇଛି। ଏହି ତଥ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ପ୍ରଦାନ କରାଯାଇଛି। ଅପରପକ୍ଷରେ  ଅନ୍ୟ ଏକ ସୂଚନାନୁଯାୟୀ, ସେପ୍ଟେମ୍ବର ସୁଦ୍ଧା ୧୨ରୁ ୧୮ ବର୍ଷ ମଧ୍ୟର ପିଲାଙ୍କୁ ଟିକାକରଣ ଆରମ୍ଭ ହେବା ସମ୍ଭାବନା ରହିଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ମୁଖ୍ୟ ଏନ୍‌.କେ ଅରୋରା।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories