www.samajalive.in
Friday, December 12, 2025
16.1 C
Bhubaneswar

ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଧର୍ମଶାଳା ମିଡିଆ କ୍ଲବ ଗଠିତ

ଗଡମଧୁପୁର: ଧର୍ମଶାଳା ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରତିଷ୍ଠତ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଧର୍ମଶାଳା ଠାରେ ଧର୍ମଶାଳା ମିଡିଆ କ୍ଲବ ଗଠିତ ହୋଇଛି। ଏହି କ୍ଲବରେ ଧର୍ମଶାଳା ନିର୍ବାଚନ ମଣ୍ଡଳର ଜାରକା, ଜେନାପୁର, ଗଡମଧୁପୁର, କବାଟବନ୍ଧ, କଣ୍ଟିଗଡିଆ, ବ୍ରହ୍ମବରଦା, ଚଢେଇଧରା ପ୍ରଭୁତି ଅଂଚଳର ଗଣମାଧ୍ୟମ ପ୍ରତିନିଧିମାନେ ସଦସ୍ୟ ରହିଛନ୍ତି। ନବଗଠିତ ମିଡିଆ କ୍ଲବର ସଭାପତି ଭାବରେ କନକ ନ୍ୟୁଜର ବିମଳ ପତି ଓ ସମୟର ଧର୍ମଶାଳା ପ୍ରତିନିଧି ସୁଧାକର ରାଉତଙ୍କୁ କାର୍ଯ୍ୟକାରୀ ସଭାପତି, ବସନ୍ତ କୁାମର ନାୟକ (ସମାଜ ଗଡମଧୁପୁର)ଉପ ସଭାପତି, ଆନନ୍ଦ ମହାରଣା (ଅର୍ଗସ) ସାଧାରଣ ସମ୍ପାଦକ, ସହ ସମ୍ପାଦକ ଭାବରେ ସେକ ଦିଲଦାର ଚାନ୍ଦ (ଏମବିସି ଟିଭି) କୋଷାଧ୍ୟକ୍ଷ ଭାବରେ ସେକ ଆଲାଉଦ୍ଦିନ(ଇପିଏ), ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବରେ ସୁଶାନ୍ତ କୁମାର ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଛି।

କ୍ଲବର ସଦସ୍ୟ ଭାବରେ ଚିନ୍ମୟ ନାୟକ(ବଡ ଖବର), ସୁଶାନ୍ତ କୁମାର ନାୟକ(ସମ୍ବାଦ), ଦୀପକ ଦାସ (ପ୍ରମେୟ), ଅଶୋକ କୁମାର ଦାସ (ଧରିତ୍ରୀ), ସୁଶାନ୍ତ କୁମାର ଗୋଚ୍ଛାୟତ(ସର୍ବସାଧାରଣ), ଅୟଶକାନ୍ତ ରାଉତ(ସର୍ବସାଧାରଣ)ପ୍ରମୁଖ ରହିଛନ୍ତି। ମନୋନିତ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଂଗଠନ ସଦସ୍ୟମାନେ ଲୋକଙ୍କର ବିଭିନ୍ନ ସମସ୍ୟାକୁ ନେଇ ନିରନ୍ତର ଖବର ପରିବେଷଣ କରିବା ସହିତ ଆଗାମି ଦିନରେ ବିଭିନ୍ନ ସମାଜ ଗଠନ ମୂଳକ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସଂଗଠନର ସାମଜିକ ଗଣମାଧ୍ୟମ ସଂଯୋଜକ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories