www.samajalive.in
Thursday, December 11, 2025
16.1 C
Bhubaneswar

ଜାଣନ୍ତୁ, ଜନ୍ମାଷ୍ଟମୀ ତିଥି ଓ ପୂଜା ବିଧି !

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ କୃଷ୍ଣ ଧରାପୃଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଏହି ଦିନଟିକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିବା ଦ୍ବାରା ସନ୍ତାନ ପ୍ରାପ୍ତି, ଦୀର୍ଘାୟୁ ତଥା ସମୃଦ୍ଧି ବୃଦ୍ଧି ହୋଇଥାଏ । ଜନ୍ମାଷ୍ଟମୀ ବତ୍ର ପାଳନ କଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଯେଉଁମାନଙ୍କର ଜାତକରେ ଚନ୍ଦ୍ରମା ଦୁର୍ବଳ ହୋଇଥାଏ ସେମାନେ ଏହି ବ୍ରତ କରି ବିଶେଷ ଲାଭ ପାଇପାରିବେ । ଚଳିତ ବର୍ଷ ସେପ୍ଟମ୍ବର ୨ ରେ ଜନ୍ମାଷ୍ଟମୀ ପର୍ବ ପାଳନ ହେବ ।

ପୂଜାର ବିଧି
ଜନ୍ମାଷ୍ଟମୀ ଦିନ ଘରେ ବାଳକୃଷ୍ଣଙ୍କୁ ସ୍ଥାପନା କରନ୍ତୁ ।
ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଶୁଖ-ଶାନ୍ତି ପାଇଁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ କରିବା ଉତ୍ତମ ଅଟେ ।
ସନ୍ତାନ ପ୍ରାପ୍ତି ଓ ସବୁ ମନସ୍କୋମନ ପୂରଣ ନିମନ୍ତେ ବାଳକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ।

- Advertisement -

କିପରି ପାଳନ କରିବେ ଜନ୍ମଷ୍ଟମୀ ପର୍ବ
ପ୍ରାତଃ କାଳରୁ ସ୍ନାନ ସାରି ପୂଜା କରନ୍ତୁ । ଦିନରେ ଜଳ ବା ଫଳ ଆହାର ଗ୍ରହଣ କରି ପାରିବେ ।
ମଧ୍ୟରାତ୍ରିରେ ଭଗବାନ କୃଷ୍ଣଙ୍କ ଧାତୁ ପ୍ରତିମାକୁ ଏକ ପାତ୍ରରେ ରଖନ୍ତୁ ।
ଏହି ପ୍ରତିମାକୁ ପ୍ରଥମେ କ୍ଷୀର, ପରେ ଦହି, ପୁଣି ମହୁ, ପୁଣି ସିରା ଓ ଘିଅରେ ସ୍ନାନ କରାନ୍ତୁ । ପୁଣି ପଞ୍ଚାମୃତରେ ସ୍ନାନ କରାଇ ଶେଷରେ ଜଳରେ ପ୍ରତିମାଙ୍କୁ ସ୍ନାନ କରାନ୍ତୁ ।
ହଳଦିଆ ରଙ୍ଗର ବସ୍ତ୍ର, ଚନ୍ଦନ ଓ ଫୁଲ ଦେଇ ଭଗବାନ କୃଷ୍ଣଙ୍କୁ ସଜାନ୍ତୁ । ବୈଜୟନ୍ତି ଫୁଲ ଅର୍ପଣ କରିବା ସର୍ବୋତ୍ତମ ଅଟେ ।
ପଞ୍ଚାମୃତ ଅର୍ପଣ କରିବା ସହ ତୁଳସୀ ଜଳ ଅର୍ପଣ କରିବା ଅତ୍ୟନ୍ତ ଜରୁରୀ ଅଟେ ।
ମେୱା, ଲହୁଣୀ ଓ ମିଶ୍ରୀ ଭୋଗ ଲଗାନ୍ତୁ ।
ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ପୂର୍ଣ୍ଣ ସାତ୍ବିକ ଭୋଜନ ଏହି ଦିନ କୃଷ୍ଣ ଭଗବାନଙ୍କ ନିକଟରେ ଭୋଗ ଲାଗାଯାଏ ।
ଧ୍ୟାନ ରଖିବେ ପୂଜା କରୁଥିବା ବ୍ୟକ୍ତି କଳା ବା ଧଳା ରଙ୍ଗର ବସ୍ତ୍ର ନ ପିନ୍ଧିବା ଉଚିତ୍ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories