www.samajalive.in
Thursday, December 11, 2025
15.1 C
Bhubaneswar

ଜୀବନ ନେଲା ଜୀବନ ରକ୍ଷାକାରୀ ଉପକରଣ

ରାଏପୁର: ଜୀବନ-ମରଣ ସହିତ ସଂଘର୍ଷ କରୁଥିବା ରୋଗୀଙ୍କ ପାଇଁ ଲାଇଫ୍‍ ସପୋର୍ଟ ସିଷ୍ଟମ୍‍ ବା ଜୀବନ ରକ୍ଷାକାରୀ ଉପକରଣ ଆଧୁନିକ ଚିକିତ୍ସା ବିଜ୍ଞାନ ସେବାର ଏକ ବରଦାନ। କିନ୍ତୁ ଡାକ୍ତର ଓ ନର୍ସଙ୍କ ଉଦାସୀନତା ଯୋଗୁଁ ସେହି ବରଦାନ ହିଁ ଜଣେ ୫ ବର୍ଷର ରୋଗୀ ପାଇଁ ଅଭିଶାପ ସାବ୍ୟସ୍ତ ହୋଇଛି। ଘଟଣା ଘଟିଛି ଛତିଶଗଡ଼ର ବସ୍ତର ଡିଭିଜନ୍‍ ଅଞ୍ଚଳରେ।
ଏକ ଆଶ୍ରମ ସ୍କୁଲ୍‍ରେ ରହି ପଢ଼ୁଥିବା ୫ ବର୍ଷର ଶିଶୁ କନ୍ୟା ବୁଲ୍‍ବୁଲ୍‍ କୁଡିୟାମ୍‍ ନିମୋନିଆରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଗତ ୨୨ ତାରିଖରେ ବିଜାପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ଗତ ରବିବାର ରାତିରେ ତାଙ୍କୁ ଜଗଦଲ୍‍ପୁର ମେଡିକାଲ କଲେଜ ହସ୍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବାଟରେ ଭେଣ୍ଟିଲେଟରର ସିଲିଣ୍ଡରରୁ ଅକ୍ସିଜେନ୍‍ ସରିଯାଇଥିଲା। ମୁହଁରେ ମାକ୍ସ ଥିବାରୁ ବୁଲ୍‌ବୁଲ୍ ସ୍ବାଭାବିକ ନିଃଶ୍ବାସ ପ୍ରଶ୍ବାସ ନେବା ସମ୍ଭବ ନଥିଲା। ଜଗଦଲପୁରରେ ପହଞ୍ଚିବା ପୂର୍ବରୁ ହିଁ ବୁଲ୍‍ବୁଲ୍‍ଙ୍କ ମୃତ୍ୟୁ ଘଟିଥିଲା।
ବିଜାପୁରଠାରୁ ଜଗଦଲପୁର ଦୂରତା ୧୬୦ କିମି। ବିଜାପୁର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡ ବି ଆର ପୂଜାରୀଙ୍କ କହିବା ଅନୁଯାୟୀ, ଏହି ଦୂରତା ଅତିକ୍ରମ କରିବା ପାଇଁ ଗୋଟିଏ ପୂର୍ଣ୍ଣ ସିଲିଣ୍ଡର ଆବଶ୍ୟକ। ତେଣୁ ଆମ୍ବୁଲାନ୍ସ ଛାଡ଼ିବା ପୂର୍ବରୁ ସିଲିଣ୍ଡରକୁ କାହିଁକି ଯାଞ୍ଚ କରାଗଲା ନାହିଁ ଏବଂ ସେଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠିଛି। ସେହିପରି ଆମ୍ବୁଲାନ୍ସରେ ମଧ୍ୟ ନିଜସ୍ୱ ଅକ୍ସିଜେନ୍‍ ସିଲିଣ୍ଡର ବ୍ୟବସ୍ଥା ରହିଛି। ଯଦି ଅଧାବାଟରେ ଭେଣ୍ଟିଲେଟର ସିଷ୍ଟମ୍‍ରୁ ଅକ୍ସିଜେନ୍‍ ସରି ଯାଇଥିବ ତେବେ ଆମ୍ବୁଲାନ୍ସରେ ନିୟୋଜିତ ମେଡିକାଲ୍‍ କର୍ମଚାରୀ ତୁରନ୍ତ ବିକଳ୍ପ ସିଲିଣ୍ଡର ବ୍ୟବହାର କରିପାରିଥାନ୍ତେ।
ବୁଲ୍‍ବୁ୍‍ଲ୍‍ଙ୍କ ବାପା ଚାମରୁ କୁଡିୟାମ୍‍ଙ୍କ କହିବା ଅନୁଯାୟୀ ଟୋକାପାଲ୍‍ଠାରେ ସିଲିଣ୍ଡରରୁ ଅକ୍ସିଜେନ୍‍ ସରିଯାଇଥିବା ଜଣାପଡ଼ିଥିଲା। ଆମ୍ବୁଲାନ୍ସରେ କୌଣସି ମେଡିକାଲ୍‍ ଷ୍ଟାଫ୍‍ ନଥିବାରୁ ଆମ୍ବୁଲାନ୍ସ ଡ୍ରାଇଭର ତତ୍କାଳ ଅନ୍ୟ ଏକ ସିଲିଣ୍ଡର ଯୋଗାଇ ଦେବା ପାଇଁ ସେଠାକାର ଆଞ୍ଚଳିକ ସରକାରୀ ଡାକ୍ତରଖାନା କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ମେଡିକାଲ୍‍ କର୍ମଚାରୀ ସିଲିଣ୍ଡର ଦେବା ପାଇଁ ମନା କରିଦେଇଥିଲେ। ଜିଲାପାଳ କେ ଡି କୁଞ୍ଜମଙ୍କ ନିର୍ଦେଶ ଆଧାରରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଡ. ପୂଜାରୀ କହିଛନ୍ତି। କୁଡିୟାମ୍‍ଙ୍କ ଅଭିଯୋଗ ଆଧାରରେ ଆଶ୍ରମ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories