www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ ଭୋଜନ ଓ ତା’ର ପ୍ରଭାବ ବିଷୟରେ

ଆୟୁର୍ବେଦରେ ଭୋଜନର ବର୍ଗୀକରଣ କେବଳ ବାତ, ପିତ୍ତ, କଫ ଭାବେ କରାଯାଇ ନାହିଁ, ବରଂ ପ୍ରକୃତି-ସତ୍ତ୍ୱ, ରଜସ ଓ ତମସ ଭାବେ ମଧ୍ୟ କରାଯାଇଛି। ଆମିଷ, ଅଧିକ ଜାରି ହୋଇଥିବା ବା ଅଧିକ ସ୍ୱାଦିଷ୍ଟ କରିବା ଆଶାରେ ବାରମ୍ବାର ଗରମ କରାଯାଉଥିବା ଖାଦ୍ୟ ଓ ଅଧିକ ମସଲା ଯୁକ୍ତ ଖାଦ୍ୟକୁ ତାମସିକ ଖାଦ୍ୟ କୁହାଯାଏ। ଏହାସହ ତାମସିକ ମନୋଭାବ ସହ ତଥା କ୍ରୋଧ ଓ ବିରକ୍ତି ଭାବ ସହ ତିଆରି କରିଥିବା ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ଗ୍ରହଣକାରୀଙ୍କ ଠାରେ ତାମସିକତା ଉତ୍ପନ୍ନ ହୋଇଥାଏ। ହୁଏତ ବହୁ ଖାଦ୍ୟ ପାଟିକୁ ସୁସ୍ୱାଦୁ ଲାଗୁଥାଇ ପାରେ କିନ୍ତୁ ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଶାକାହାରୀ ତଥା ସମ-ଅନୁପାତ ଯୁକ୍ତ ସ୍ୱାସ୍ଥ୍ୟବର୍ଦ୍ଧକ ଭୋଜନ ହିଁ ସାତ୍ତ୍ୱିକ ଗୁଣଧାରୀ। ଯେଉଁ ପୋଷକ ଭୋଜନ ଗତିଶୀଳତା ଓ ଶକ୍ତି ଦିଏ କିନ୍ତୁ କାମ ବାସନା ଜାଗ୍ରତ କରେ ତାହାକୁ ରଜସ ଗୁଣ ଯୁକ୍ତ ରାଜସିକ ଭୋଜନ କୁହାଯାଏ। ରାଜସିକ ଭୋଜନରେ ମସଲା ଓ ଚେରମୂଳି ପକାଇବା ଦ୍ୱାରା ତାହା ସୁସ୍ୱାଦୁ ତଥା ଅଧିକ ପୌଷ୍ଟିକ ହୋଇ ଯାଇଥାଏ। ଏହି ତିନିଗୁଣ ବିଶିଷ୍ଟ ଭୋଜନର କୌଣସି ସୁନିଶ୍ଚିତ ବିଭାଜନ ରେଖା ନାହିଁ। ଏହି ଗୁଣମାନ ଭୋଜନରେ ମିଶ୍ରିତ ଭାବେ ରହିଥାଇ ପାରେ କିମ୍ବା ବିଭିନ୍ନ ଅନୁପାତରେ ଥାଇପାରେ, ଯାହା ପ୍ରସ୍ତୁତ କରିବାର ବିଧି ଓ ପ୍ରକ୍ରିୟା ଉପରେ ନିର୍ଭର କରିଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories