www.samajalive.in
Monday, December 8, 2025
24.1 C
Bhubaneswar

ବୁଲିବାକୁ ଯାଇଥିଲେ ଜମ୍ମୁ କଶ୍ମୀର, ଶବ ହୋଇ ଫେରିବେ

ଭୁବନେଶ୍ଵର: ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବାବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ, ଯେଉଁଥିରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା ବୋଲି ଜମ୍ମୁ କଶ୍ମୀର ଅନନ୍ତନାଗ ପୁଲିସ ସୂଚନା ଦେଇଛି।

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ସମ୍ପର୍କରେ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ କହିଛନ୍ତି ଯେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରୁ ୩ଟା ଭିତରେ ସେମାନେ ପହଲଗାମରେ ବୁଲୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଗୁଳି ମୋ ସ୍ବାମୀଙ୍କ ମୁଣ୍ଡରେ ବାଜିଥିଲା। ସହାୟତା ପାଇଁ ଚିତ୍କାର କରୁଥିଲି। ପ୍ରାୟ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ଯବାନମାନେ ପହଞ୍ଚି ଥିଲେ। ମୋ ସ୍ବାମୀଙ୍କୁ ଚିକିତ୍ସା ପାଇଁ ନେଇଯାଇଥିଲେ।

- Advertisement -

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମରେ ମଙ୍ଗଳବାର ଆତଙ୍କବାଦୀମାନେ ପୁଲିସ ବେଶରେ ଆସି ପର୍ଯ୍ୟଟକଙ୍କ ଉପରେ ୪୦ରୁ ୫୦ ରାଉଣ୍ଡ ଗୁଳି ଚଳାଇଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଘଟଣା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଯାଞ୍ଚ କରୁଛି।

କାଶ୍ମୀରର ପହେଲଗାମଠାରେ ଉଗ୍ରପନ୍ଥୀମାନଙ୍କ ଜଘନ୍ୟ ଓ ବର୍ବରକାଣ୍ଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ ନିନ୍ଦା କରିବା ସହ ଘଟଣାରେ ପ୍ରାଣ ହରାଇଥିବା ମୃତ ପର୍ଯ୍ୟଟକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାର ମଧ୍ୟ ସୂଚନା ମିଳିଛି। ସମ୍ପୃକ୍ତ ଓଡ଼ିଆ ପର୍ଯ୍ୟଟକଙ୍କ ମର ଶରୀର କିପରି ତାଙ୍କର ବାସସ୍ଥାନରେ ସୁରୁଖୁରୁରେ ପହଞ୍ଚିବ, ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୃତଦେହ କିପରି ଫେରିବ ଏବଂ ତାଙ୍କ ପରିବାର କେମିତି ଘରକୁ ଫେରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସିଏମଓ ଅଫିସ ସହ ଯୋଗଯୋଗରେ ଅଛୁ  ବୋଲି ତହସିଲଦାର ଅଶ୍ୱିନୀ କୁମାର ନାୟକ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଏହି ଦୁଃଖଦ ଖବର ପାଇ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଫିସ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସହିତ ଯୋଗାଯୋଗ କରିଥିଲେ। ମୃତକ ପ୍ରଶାନ୍ତ ଶତପଥୀଙ୍କ ପରିବାର ବର୍ଗଙ୍କ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ମୃତକଙ୍କ ପରିବାର ସହିତ କଥା ହୋଇ ସମସ୍ତ ପ୍ରକାରର ସହଯୋଗ କରିବାକୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଛନ୍ତି।

ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ

ମଙ୍ଗଳବାର ଅପରାହ୍ନ ୨ଟା ୩୦ ସମୟରେ ପାଲଗାମରେ ହଠାତ ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ କରିଥିଲେ । ଏହି ସମୟରେ ମୃତ ପ୍ରଶାନ୍ତ ତାଙ୍କ ସ୍ତ୍ରୀ ଓ ପୁଅ ସହ ବୁଲୁଥିଲେ । ହଠାତ ଆତଙ୍କୀଙ୍କ ବନ୍ଧୁକ ଗୁଳି ପ୍ରଶାନ୍ତଙ୍କ ମୁଣ୍ଡରେ ବାଜିଥିଲା । ସ୍ବାମୀଙ୍କୁ ବଞ୍ଚାଇ ଦେବାକୁ ଆର୍ତ୍ତଚିକ୍ତାର କରିଥିଲେ ପ୍ରିୟଦର୍ଶନୀ, କିନ୍ତୁ ସ୍ବାମୀଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ସେଠାରେ ତାଙ୍କର ଜୀବନ ଚାଲିଯାଇଥିଲା।

ଆଜି ଫେରିବ ପ୍ରଶାନ୍ତଙ୍କ ମୃତଦେହ

ପ୍ରଶାନ୍ତ ତାଙ୍କ ସ୍ତ୍ରୀ ଏବଂ ପୁଅ ସହ ଜାମ୍ମୁ କାଶ୍ମୀର ବୁଲିବାକୁ ଯାଇଥିଲେ। ସେଠାରେ ପରିବାର ସହିତ ପ୍ରଶାନ୍ତ ବେଶ ଆନନ୍ଦିତ ହୋଇ ବୁଲାବୁଲି କରୁଥିଲେ। ଆତଙ୍କବାଦୀ ମାନେ ଅତର୍କିତ ଗୁଳିମାଡ କରିବାରୁ ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବଡ଼ଭାଇ ସୁଶାନ୍ତ ହେଲ୍ପଲାଇନ ନମ୍ବରରେ କଲ କରି ପ୍ରଶାନ୍ତଙ୍କ ମୃତ୍ୟୁସମ୍ପର୍କରେ ସୂଚନା ପାଇଥିଲେ। ଏହି ଖବର ପାଇବା ପରେ ପ୍ରଶାନ୍ତଙ୍କ ଘର କାନ୍ଦ ବୋବାଳିରେ ଫାଟି ପଡୁଛି । ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପ୍ରଶାନ୍ତ ପରିବାର ସହ ବୁଲିବାକୁ ଯାଇଥିଲେ, କିନ୍ତୁ  ଆଜି ତାଙ୍କ ମରଶରୀର ଫେରିବ।

ବାଲେଶ୍ବର ସଦର ବ୍ଲକ ସାରଗାଁର  ଯୁବକ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ଆଜି ଓଡ଼ିଶା ଆସିବ। ଅପରାହ୍ନ ୨.୩୫ରେ ଶ୍ରୀନଗରରୁ ବାହାରିବ ପ୍ରଶାନ୍ତଙ୍କ ମୃତଦେହ। ରାତି ୯.୪୫ରେ ଦିଲ୍ଳୀରୁ ଭୁବନେଶ୍ୱର ଆସିବ ମୃତଦେହ। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କର ମୃତଦେହ ବାଲେଶ୍ବର ସଦର ବ୍ଲକ ସାରଗାଁକୁ ନିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଦିଲ୍ଲୀସ୍ଥିତ ଆବାସିକ କମିଶନର ବିଶାଲ ଗଗନ ସିଂଙ୍କ ସୂଚନା ଦେଇଛନ୍ତି।

ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ଓ ପୁଅଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories