www.samajalive.in
Saturday, December 13, 2025
23.1 C
Bhubaneswar

ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ମନୋନୀତ

ଭୁବନେଶ୍ୱର: ଜାତୀୟସ୍ତରରେ ଲେଖକ-ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ’ରାଇଟର୍ସ ଆଣ୍ଡ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌(ଡବ୍ଲ୍ୟୁଏଜେଏ, ଇଣ୍ଡିଆ) ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷାଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ମନୋନୀତ ହୋଇଛନ୍ତି। ଅନୁଷ୍ଠାନର ଜାତୀୟ କମିଟିର ନିଷ୍ପତ୍ତି ଅନୁସାରେ ଡବ୍ଲ୍ୟୁଏଜେଏ, ଇଣ୍ଡିଆର ଜାତୀୟ ମହାସଚିବ ଶିବେନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ଏ ସଂପର୍କିତ ମନୋନୟନ ପତ୍ର ନୂଆଦିଲ୍ଲୀ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ଏକୀକରଣ ଏବଂ ବିଭିନ୍ନ ଭାଷା ସାହିତ୍ୟର ବିକାଶକୁ ପ୍ରାଧାନ୍ୟ ଦେଇ ଲେଖକ ଓ ସାମ୍ବାଦିକମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରିବାର ଲକ୍ଷ୍ୟରେ ‘‘ରାଇଟର୍ସ ଆଣ୍ଡ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌’ ସୃଷ୍ଟି। ବିଭିନ୍ନ ରାଜ୍ୟରେ ଏହି ସଂଗଠନ ବେଶ୍‍ ସକ୍ରିୟତାର ସହ କାର୍ଯ୍ୟ କରୁଛି । ସାହିତ୍ୟ ଓ ସାମ୍ବାଦିକତାର ଏଭଳି ଏକ ମହତ୍ୱପୂର୍ଣ୍ଣ ଜାତୀୟ ସଂଗଠନର ଓଡ଼ିଶା ଶାଖାର ଅଧ୍ୟକ୍ଷା ଭାବରେ ଡ. ଇତି ସାମନ୍ତଙ୍କ ମନୋନୟନକୁ ବିଭିନ୍ନ ବର୍ଗରେ ସ୍ୱାଗତ କରାଯାଇଛି । ଡ. ଇତି ସାମନ୍ତଙ୍କ ଅଧ୍ୟକ୍ଷତାରେ ଡବ୍ଲ୍ୟୁଏଜେଏ, ଓଡ଼ିଶା ବେଶ୍‍ ପ୍ରଭାବଶାଳୀ କାର୍ଯ୍ୟ କରିବ ବୋଲି ମଧ୍ୟ ଏହାର କେନ୍ଦ୍ରୀୟ ସଂଗଠନ ଆଶା ପ୍ରକାଶ କରିଛନ୍ତି ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories