ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ସଭାପତି ତଥା ଯୁବନେତା ଅଟଳ କୁମାର ପ୍ରଧାନଙ୍କୁ ବୌଦ୍ଧଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଭାବରେ ନିଯୁକ୍ତିି ପ୍ରଦାନ କରାଯାଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ନବ ନିଯୁକ୍ତ ସଭାପତି ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିବାସହ ଯୁବନେତା ଅଟଳଙ୍କ ନେତୃତ୍ୱରେ ଜିଲାରେ ଯୁବମୋର୍ଚ୍ଚା ସାଂଗଠନିକସ୍ତରରେ ମଜଭୁତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ।
ଶ୍ରୀପ୍ରଧାନ ଦାୟିତ୍ୱ ଗ୍ରହଣ କରିବାପରେ ଯୁବ ସମାଜକୁ ଏକତ୍ରିତ କରି ଶାସକ ଦଳର ଅନ୍ୟାୟ,ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରି ରହିବ ବୋଲି ପ୍ରକାଶ କରିଥିଲେ। ଜିଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଭାବରେ ଦାୟିତ୍ୱ ପ୍ରଦାନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଜିଲା ବିଜେପି ସଭାପତିଙ୍କ ସମତେ ସମସ୍ତ ବରିଷ୍ଠ କର୍ମକର୍ତ୍ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଅବସରରେ ଜିଲା ବିଜେପିର ବରିଷ୍ଠ ନେତା ମାଗୁଣି ଚରଣ ଗାଇଗୌରିଆ,ପ୍ରେମାନନ୍ଦ ମିଶ୍ର,ତାପସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।



