www.samajalive.in
Friday, December 12, 2025
16.1 C
Bhubaneswar

ଦିନକରେ ରାଜ୍ୟରେ ୪ ଲକ୍ଷ ଟିକାକରଣ

ଭୁବନେଶ୍ୱର : ଦେଶରେ ସୋମବାର ୪୫ଲକ୍ଷରୁ ଊର୍ଦ୍ଧ୍ବ ଟିକାକରଣ କରାଯାଇଥିବାବେଳେ ଓଡ଼ିଶାରେ ଆଜି ଗୋଟିଏ ଦିନରେ ୪ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ରାଜ୍ୟର ୧୬୯୬ଟି କେନ୍ଦ୍ରରେ ଟିକାଦାନ କରାଯାଇଥିବା ଜଣାପଡ଼ିଛି। ଏହାଫଳରେ ଓଡ଼ିଶାରେ ଇତିମଧ୍ୟରେ ମୋଟ ଟିକାକରଣ ପାନ ୧କୋଟି ୨୫ଲକ୍ଷ ୭୭ହଜାର ୮୮୨ ରହିଛି। ଗଞ୍ଜାମରେ ସର୍ବାଧିକ ୪୦ହଜାର, ବାଲେଶ୍ବର ୨୬,୬୩୭, କଟକ ୧୭,୦୩୨, ଖୋର୍ଦ୍ଧା ୧୭,୭୬୧, ସୁନ୍ଦରଗଡ଼ ୧୧,୭୨୩, ମୟୂରଭଞ୍ଜ ୧୫,୦୧୮, କେଉଁଝର ୨୦,୦୮୦, ଯାଜପୁର ୧୫,୩୩୯, ବଲାଙ୍ଗୀର ୧୮,୨୮୭, ସମ୍ବଲପୁର ୯,୪୯୨ ଟିକାକରଣ କରାଯାଇଥିବାବେଳେ ଅନ୍ୟାନ୍ୟ ଜିଲାରେ ୧୩ହଜାରରୁ ୩ହଜାର ଭିତରେ ଟିକାକରଣ କରାଯାଇଛି। ୪ହଜାରରୁ ୨ହଜାର ଭିତରେ ଦେବଗଡ଼, ବୌଦ, ମାଲକାନଗିରି, କନ୍ଧମାଳ ଓ ପୁରୀ ରହିଛି।

ରାଜ୍ୟରେ ଗୋଟିଏ ଦିନରେ ୪ଲକ୍ଷରୁ ଊର୍ଦ୍ଧ୍ଵ ଟିକାକରଣ ଓଡ଼ିଶାର କୋଭିଡ ମୁକାବିଲାକୁ ଆହୁରି ଦୃଢ଼ କରିଛି। ଟିକାକରଣର ଏହି ସଫଳତା ପଛରେ ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories