www.samajalive.in
Friday, December 12, 2025
16.1 C
Bhubaneswar

କୋ-ୱିନ୍‌ ସଫ୍ଟୱେର ନେବେ ୭୬ ଦେଶ

ନୂଆଦିଲ୍ଲୀ : କରୋନା ଟିକାକରଣ ଲାଗି ହିତାଧିକାରୀ ପଞ୍ଜୀକରଣ ଠାରୁ ପ୍ରମାଣପତ୍ର ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଅନଲାଇନରେ ପରିଚାଳନା କରିବାକୁ ଭାରତ ସରକାରଙ୍କ ବ୍ୟବହୃତ କୋ-ୱିନ ଆପ୍‌ର ଚାହିଦା ଏବେ ସାରା ବିଶ୍ବରେ ବୃଦ୍ଧି ପାଇଛି। ଏହି ଆପ୍‌ର ସଫ୍ଟୱେରକୁ ​‌େ​‌ନବା ଲାଗି ବିଶ୍ବର ୭୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। କୋ-ୱିନ ସଫ୍ଟୱେର ଏବେ ଭାରତ ସରକାରଙ୍କ ଅଧୀନରେ ପଞ୍ଜିକୃତ ରହିଛି।
ତେବେ ଏହି ସଫ୍ଟୱେରକୁ ଭାରତ ସରକାର ଆଗ୍ରହୀ ରାଷ୍ଟ୍ରଗୁଡିକୁ ସମ୍ପୂର୍ଣ୍ଣ ମାଗଣାରେ ସବୁଦିନ ପାଇଁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଟିକାକରଣ ସମ୍ପର୍କିତ କ୍ଷମତାପ୍ରାପ୍ତ କମିଟିର ଅଧ୍ୟକ୍ଷ ଡାକ୍ତର ଆରଏସ୍ ଶର୍ମା କହିଛନ୍ତି ଯେ କୋ-ୱିନ ସଫ୍ଟୱେରକୁ ଭାରତ ସରକାର ଅନ୍ୟ ରାଷ୍ଟ୍ରକୁ ମାଗଣାରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୋଟିଏ ମାତ୍ର ସର୍ତ୍ତ ହେଉଛି ଉକ୍ତ ସଫ୍ଟୱେରକୁ ବାଣିଜ୍ୟିକ ଭିତ୍ତିରେ ବ୍ୟବହାର କରାଯାଇପାରିବ ନାହିଁ।
କୋ-ୱିନ ସଫ୍ଟୱେରର କ୍ଷମତା ସମ୍ପର୍କରେ ଅବଗତ କରାଇବା ଲାଗି ସୋମବାର ଏକ ଆଭାସି ସମ୍ମିଳନୀ ହୋଇଥିଲା। ବିଶ୍ବର ସ୍ବାସ୍ଥ୍ୟ ଓ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ହୋଇଥିବା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କୋ-ୱିନ ସଫ୍ଟୱେର ସମସ୍ତଙ୍କୁ ମାଗଣା ଉପଲବ୍ଧ ହେବ। ଏହାଦ୍ବାରା ସାରା ବିଶ୍ବ ଉପକୃତ ହୋଇପାରିବ। ସେ କହିଛନ୍ତି ଯେ ସମଗ୍ର ବିଶ୍ବକୁ ଭାରତ ଏକ ପରିବାର ବିବେଚନା କରେ; ତେଣୁ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। କରୋନା ମହାମାରୀ ଭାରତର ଏହି ମୌଳିକ ବିଶେଷତ୍ବକୁ ଲୋକଙ୍କୁ ଅନୁଭବ କରିବାର ସୁଯୋଗ ଦେଇଛି। ତେଣୁ କରୋନା ଟିକାକରଣ ସମ୍ପର୍କିତ ଆମର ବୈଷୟିକ ଜ୍ଞାନକୌଶଳ ସମସ୍ତଙ୍କ ପାଇଁ ଖୋଲା ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀକୁ ମୁକାବିଲା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଗୁରୁତ୍ବ ରହିଛି। ଏହାଦ୍ବାରା ସଂକ୍ରମିତଙ୍କୁ ଚିହ୍ନଟ ସହିତ ସଂକ୍ରମିତ ବ୍ୟକ୍ତିର ଆଖପାଖର ଲୋକଙ୍କୁ ସଚେତନ କରାଯାଇ ପାରୁଛି। କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ଟିକାକରଣ ହେଉଛି ବଡ ଆଶା। ତେଣୁ ଦେଶର ସମସ୍ତ ନାଗରିକଙ୍କୁ ନିଶ୍ଚିତ ଟିକାକରଣ ଲାଗି ପ୍ରଥମରୁ ଆମେ ଡିଜିଟାଲ ମାଧ୍ୟମକୁ ଆପଣାଇଥିଲୁ। ଏହି ଅବସରରେ ମୋଦୀ କରୋନା ମହାମାରୀରେ ପ୍ରାଣ ହରାଇଥିବା ବିଶ୍ବର ସମସ୍ତ ବ୍ୟକ୍ତିଙ୍କ ପରିବାର ନିମନ୍ତେ ସମବେଦନା ଜ୍ଞାପନ କରିଥିଲେ। କୋ-ୱିନ ବୈଶ୍ବିକ ସମ୍ମିଳନୀରେ ବିଶ୍ବର ୫୦ଟି ରାଷ୍ଟ୍ରର ସ୍ବାସ୍ଥ୍ୟ ଓ ବୈଷୟିକ ବିଶେଷଜ୍ଞମାନେ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories