www.samajalive.in
Sunday, December 7, 2025
13.1 C
Bhubaneswar

ଦୁର୍ଘଟଣାରେ ଯୁବକ ଗୁରୁତର

କୁଆଁପାଳ : ଅନ୍ୟର କଷ୍ଟ ଦେଖିଲେ ହୃଦୟ ତରଳିଯାଏ, ଆଉ ମଣିଷ ନିଜର ମାନବିକତା ଦେଖାଇ ଥାଏ ଅନ୍ୟକୁ ସହଯୋଗ କରିବାକୁ । ଏଭଳି ସମାଜ ସେବା କାର୍ଯ୍ୟ କରିଛନ୍ତି ନାହାଙ୍ଗ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି। ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ନାହାଙ୍ଗ-ଉମର ମଧ୍ୟସ୍ଥଳ ତଥା ପୂର୍ତ୍ତ ଓ ଗ୍ରାମ ନିର୍ମାଣ ବିଭାଗ ରାସ୍ତାର ସଂଯୋଗ ସ୍ଥଳରେ, ଗତକାଲି ରାତିରେ ଝଡ଼େଶ୍ୱରପୁର ପଂଚାୟତ ପାଣ୍ଡିଆ ଗ୍ରାମରର ୩୫ ବର୍ଷୀୟ ଯୁବକ ଗଣେଶ୍ୱର ସ୍ୱାଇଁ ବର୍ଷା ଅନ୍ଧାରରେ ଘରକୁ ଫେରୁଥିବାବେଳେ ଏହି ରାସ୍ତାର ସଂଯୋଗ ସ୍ଥଳ ଖାଲ ନିକଟରେ କେହି ଅଜଣା ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା । ଏଥିରେ ଗଣେଶ୍ୱର ଗୁରୁତର ଆହତ ହେବାସହ ତାଙ୍କୁ ସରପଞ୍ଚ ନିଜ ମେଡ଼ିସିନ ଦୋକାନରେ ପ୍ରାଥମିକ ଚିକିତ୍ସା କରାଇବା ସହ ତୁରନ୍ତ ଆମ୍ବୁଲାନ୍ସ ଡକାଇ ମେଡିକାଲ ପଠାଇ ଦେଇଥିଲେ ।
ଆଜି ପଥ ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଦୁଇ ଟ୍ରାକ୍ଟର ଡଷ୍ଟ ଓ ଭଙ୍ଗା ଇଟା ଆଣି ଉକ୍ତ ରାସ୍ତାର ଖାଲଖମାକୁ ସମତୁଲ କରି ଗମନା ଗମନ ଯୋଗ୍ୟ କରିଥିଲେ । ଏଭଳି କାର୍ଯ୍ୟକୁ ରାସ୍ତାରେ ଯାଉଥିବା ଯାତ୍ରୀମାନେ ପ୍ରଶଂସା କରିଛନ୍ତି । ଏହି ରାସ୍ତା ସଂଯୋଗ ସ୍ଥଳକୁ ଉଭୟ ପୂର୍ତ୍ତ ଓ ଗ୍ରାମ ନିର୍ମାଣ ବିଭାଗ ଅଣଦେଖା କରିବାରୁ ପ୍ରତି ବର୍ଷ ବର୍ଷା ଋତୁରେ ଏଠାରେ ଖାଲ ଖମା ସୃଷ୍ଟି ହେଉଥିଲେବି ଦୃଷ୍ଟି ଦେଉନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଯାହାଫଳରେ ଅକାରଣରେ ଯାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ସଂଯୋଗ ସ୍ଥଳର ରାସ୍ତା ମରାମତି କରିବାକୁ ଦାବୀ ହୋଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories