www.samajalive.in
Monday, December 8, 2025
16.1 C
Bhubaneswar

ବଲିଉଡ ଅଭିନେତା ଅମିର ଖାଁ ଓ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ: ୧୫ ବର୍ଷର ବୈବାହିକ ଜୀବନ ପରେ ପରସ୍ପର ଠାରୁ ଅଲଗା ହେଲେ

ମୁମ୍ବଇ: କୋଭିଡ ମହାମାରୀକୁ ନେଇ ସମୁଦାୟ ଦେଶବାସୀ ଭୀତତ୍ରସ୍ତ ହୋଇପଡିଥିବାବେଳେ ଏବେ ଆଉ ଏକ ଖବର ସମୁଦାୟ ବଲିଉଡକୁ ଗଭୀର ଦୁଃଖ ପହଞ୍ଚାଇଛି । ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ବଲିଉଡର ବିଶିଷ୍ଟ ଅଭିନେତା ଅମିର ଖାଁ ଏବଂ ତାଙ୍କ ପତ୍ନୀ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୁହେଁ ୧୫ ବର୍ଷ ବୈବାହିକ ଜୀବନ ବିତାଇବା ପରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କର ଆଜାନ ନାମରେ ଏକ ପୁତ୍ର ସନ୍ତାନ ଅଛି । ଏହା ଅମିରଙ୍କର ଦ୍ୱିତୀୟ ବିବାହ ଥିଲା । ପୂର୍ବରୁ ଅମିର ରିନା ଦତ୍ତଙ୍କୁ ବିବାହ କରିଥିଲେ । ପରେସେ କିରଣଙ୍କ ପ୍ରେମରେ ପଡିବା ପରେ ଦୁହେଁ ୨୦୦୫ ଡିସେମ୍ବର ୨୮ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଏବେ ଦୁହିଁଙ୍କ ମଧ୍ୟରେ ବିଚ୍ଛେଦ ସମସ୍ତଙ୍କୁ ଚକିତ କରିଦେଇଛି । ଅମିର ଓ କିରଣ ସେମାନଙ୍କ ବିବୃତିରେ କହିଛନ୍ତି ଯେ କିଛିଦିନ ହେଲା ସେମାନେ ଅଲଗା ରହୁଛନ୍ତି । ଅବଶ୍ୟ ଦୁହେଁ ଆଜାଦଙ୍କର ଯତ୍ନ ନେଉଛନ୍ତି । ଏହି ୧୫ ବର୍ଷ ମଧ୍ୟରେ ଦୁହେଁ ଜୀବନର ଅନେକ ଅଭୁଲା ଅନୁଭୂତି ହାସଲ କରିଛନ୍ତି । ସେମାନଙ୍କ ସମ୍ପର୍କ ପାରସ୍ପରିକ ବିଶ୍ୱାସ, ସମ୍ମାନବୋଧ ଏବଂ ଭଲପାଇବା ମଧ୍ୟରେ ଆଗକୁ ବଢିଛି । ଏବେ ସେମାନେ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଛନ୍ତି, ପତି ପତ୍ନୀ ଭାବରେ ନୁହେଁ, ବରଂ ଆଜାଦର ମିଳିତ ଅଭିଭାବକ ଏବଂ ପରସ୍ପର ପରସ୍ପର ପାଇଁ ପରିବାର ଭାବରେ ବଞ୍ଚିବାକୁ ଚାହୁଛନ୍ତି ।

- Advertisement -

ସେମାନେ ଏହା ମଧ୍ୟ କହିଛନ୍ତି ଯେ, କିଛି ଦିନ ତଳେ ସେମାନେ ଅଲଗା ହେବାକୁ ଯୋଜନା କରିଥିଲେ ଏବଂ ସଂପ୍ରତି ଏହି ବ୍ୟବସ୍ଥାକୁ ଆନୁଷ୍ଠାନିକ ରୂପ ଦେବା ଏବଂ ପୃଥକ ରହିବା ସହଜ ମନେ କରୁଛନ୍ତି । ତେବେ ସେମାନେ ପରସ୍ପର ପରସ୍ପର ସହିତ ଜୀବନକୁ ଭାଗିଦାର କରିବେ, ଯାହା ଏକ ପରିବର୍ଦ୍ଧିତ ପରିବାରରେ କରାଯାଏ । ସେମାନେ ପୁଅ ଆଜାଦ ପ୍ରତି ଉତ୍ସର୍ଗୀକୃତ ପିତାମାତା ହୋଇ ରହିବେ ଏବଂ ତାର ମିିଳତ ଭାବେ ଲାଳନ ପାଳନ କରିବେ । ଏଥିସହିତ ଚଳଚ୍ଚିତ୍ର, ପାନି ଫାଉଣ୍ଡେସନ ଏବଂ ଅନ୍ୟାନ୍ୟ ପ୍ରକଳ୍ପରେ ସହଯୋଗୀ ଭାବରେ କାର୍ଯ୍ୟ କରିବେ । ଏଥିପାଇଁ ସମସ୍ତ ଶୁଭେଚ୍ଛୁଙ୍କର ଆଶୀର୍ବାଦ ଓ ସଦିଚ୍ଛା ସେମାନେ କାମନା କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories