www.samajalive.in
Monday, December 15, 2025
24.1 C
Bhubaneswar

ରାଫେଲ ଦୁର୍ନୀତି ପ୍ରସଙ୍ଗ: ଅଭିଯୋଗର ତଦନ୍ତ ପାଇଁ ଫ୍ରାନ୍ସରେ ଜଣେ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ: ୫୦,୦୦୦ କୋଟି ଟଙ୍କା ବିନିମୟରେ ଭାରତକୁ ରାଫେଲ ଯୁଦ୍ଧ ବିମାନ ବିକ୍ରି ଘଟଣାରେ ଦୁର୍ନୀତି ଓ ଅନୁକମ୍ପା ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ କରିବାକୁ ଫ୍ରାନ୍ସ ସରକାର ଜଣେ ବିଚାରପତି ନିଯୁକ୍ତ କରିଛନ୍ତି । ଏଥିସହିତ କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯେଉଁଭଳି ଆକ୍ଷେପ କରାଯାଉଥିଲା, ତାହା ଶାଣିତ ହୋଇଛି । ଫ୍ରାନ୍ସ ସରକାରଙ୍କ ଏଭଳି ପଦକ୍ଷେପ ପରେ କଂଗ୍ରେସ ପାର୍ଟି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ଭାଜପା ସରକାର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । କଂଗ୍ରେସ ନେତା ପବନ ଖେରା ଶନିବାର ଦିନ ଟ୍ୱିଟ୍‍ କରି କହିଛନ୍ତି, ଯେ ଏହି କାରବାରରୁ ଏଚଏଏଲକୁ ବାଦ୍‍ ଦେବା ଏବଂ ପ୍ରଧାନମନ୍ତ୍ରୀ ଏ ସଂପର୍କରେ କରିଥିବା ଘୋଷଣାର ୧୫ ଦିନ ପୂର୍ବରୁ ୨୦୧୫ ମାର୍ଚ୍ଚ ୧୬ ତାରିଖରେ ରିଲାଏନ୍ସ ତାହାର ପ୍ରଥମ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା କଥା ଫ୍ରାନ୍ସ ୱେବସାଇଟ ମିଡିଅ।।ପାର୍ଟରେ ଉଲ୍ଲେଖ କରାଯାଇଛି । ସେଥିରେ କୁହାଯାଇଛି ଯେ ଡାସଲ୍ଟ ଏବଂ ରିଲାଏନ୍ସ ୨୦୧୫ ମାର୍ଚ୍ଚ ୨୬ରେ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ତ୍ତନ ସମ୍ପର୍କରେ ଘୋଷଣା କରିବା ଏବଂ ଏଚଏଏଲକୁ ବାଦ୍‍ ଦେବାର ୧୫ ଦିନ ପୂର୍ବରୁ ଏହା କରାଯାଇଥିଲା । ଏହାକୁ ନେଇ ପ୍ରଶ୍ନ ଉଠୁଛି ଯେ ସେମାନଙ୍କୁ କଣ ଏ ସର୍ମ୍ପକରେ ଆଗୁଆ ସୂଚନା ଦିଆଯାଇଥିଲା କି ।
ଦୁଇ ଦେଶର ସରକାରଙ୍କ ମଧ୍ୟରେ ହୋଇଥିବା ଏହି କାରବାର ସଂପର୍କରେ ଅତ୍ୟନ୍ତ ସମ୍ବେଦନଶୀଳ ତଦନ୍ତାଦେଶ ୨୦୧୬ରେ ସ୍ୱାକ୍ଷର କରାଯାଇଥିଲା ଏବଂ ତାହା ଜୁନ୍‍ ୧୪ରେ ଉନ୍ମୁକ୍ତ କରାଯାଇଥିବା ମିଡିଆପାର୍ଟରେ କୁହାଯାଇଛି । ଏଥିରେ ଆଉ ମଧ୍ୟ କୁହାଯାଇଛି ଯେ ଫ୍ରାନ୍ସ ପବ୍ଲିକ ପ୍ରସିକ୍ୟୁସନ ସର୍ଭିସର ଆର୍ଥିକ ଅପରାଧ ଶାଖା ପକ୍ଷରୁ ୨୦୨୧ ଏପ୍ରିଲ ମାସରେ ଏହା ସ୍ପଷ୍ଟ କରାଯାଇଥିଲା । ଫ୍ରାନ୍ସର ଏହି ୱେବସାଇଟରେ ରାଫେଲ କାରବାରରେ ହୋଇଥିବା ଅନେକ ଅନିୟମିତତା ସମ୍ପର୍କିତ ଅଭିଯୋଗ ଭିତ୍ତିକ ରିପୋର୍ଟ ସ୍ଥାନ ପାଇଛି ।
ସୂଚନାଯୋଗ୍ୟ ଯେ ଭାରତ ସରକାର ୨୦୧୬ରେ ଫ୍ରାନ୍ସ ପ୍ରତିରକ୍ଷା କମ୍ପାନୀ ଡାସଲ୍ଟ ନିକଟରୁ ୩୬ଟି ଲଢୁଆ ବିମାନ କ୍ରୟ କରିବାକୁ ଚୁକ୍ତି ସ୍ୱାକ୍ଷର କରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଭାରତକୁ ଏହି ଲଢୁଆ ବିମାନ ଯୋଗାଣ ଆରମ୍ଭ ହୋଇସାରିଥିବାବେଳେ ୨୦୨୨ ଏପ୍ରିଲ ସୁଦ୍ଧା ସମସ୍ତ ୩୬ଟି ଯାକ ବିମାନ ମିଳିଯିବା ଭାରତୀୟ ବାୟୁସେନା ଆଶା କରୁଛି । ୨୦୨୦ ସେପ୍ଟେମ୍ବରରେ ପ୍ରଥମ କରି ଏହାକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories