www.samajalive.in
Sunday, December 14, 2025
23.1 C
Bhubaneswar

ଏମ୍‍ଏସ୍‍ଏମ୍‍ଇର ଅନ୍ତର୍ଭୁକ୍ତ ହେଲା ଖୁଚୁରା ଓ ପାଇକାରୀ ବ୍ୟବସାୟ

ନୂଆଦିଲ୍ଲୀ : ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମଇ) ତଥା ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି। ଏହି ସଂଶୋଧିତ ବ୍ୟବସ୍ଥାରେ ପାଇକାରୀ (ହୋଲସେଲ୍‌) ଓ ଖୁଚୁରା(ରିଟେଲ) ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମଇ ଉଦ୍ୟୋଗର ଅନ୍ତର୍ଭୁକ୍ତ କରାଯାଇଛି।

ଏକ ଟୁଇଟରେ ମନ୍ତ୍ରୀ ଶ୍ରୀ ଗଡକରୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ଏମ୍‌ଏସ୍‌ଏମଇକୁ ସୁଦୃଢ କରିବାକୁ ଅଙ୍ଗୀକୃତ ହେବା ସହ ଏହି ଉଦ୍ୟୋଗକୁ ଅର୍ଥନୀତିର ବିକାଶ ଇଞ୍ଜିନରେ ପରିଣତ କରିବାକୁ କାର୍ଯ୍ୟ କରୁଛୁ।”

- Advertisement -

ସେ କହିଛନ୍ତି ଯେ, ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଦ୍ୱାରା ଅଢେଇକୋଟି ଖୁଚୁରା ଓ ପାଇକାରୀ ବ୍ୟବସାୟୀ ଉପକୃତ ହେବେ। ପୂର୍ବରୁ ଏହି ବ୍ୟବସାୟୀମାନେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପରିସରର ବାହାରେ ଥିଲେ। ଏବେ ନୂଆ ନିର୍ଦ୍ଦେଶନାମା ବଳରେ ଖୁଚୁରା ଓ ପାଇକାରୀ ବ୍ୟବସାୟୀମାନେ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ଅଗ୍ରାଧିକାର କ୍ଷେତ୍ରର ଋଣ ସୁବିଧା ପାଇପାରିବେ।

ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି ହେବା ପରେ ସମ୍ପୃକ୍ତ ଖୁଚୁରା ବ୍ୟବସାୟୀଙ୍କୁ ‘ଉଦ୍ୟମ’ ରେଜିଷ୍ଟ୍ରେସନ ପୋର୍ଟାଲରେ ନାମପଞ୍ଜୀକରଣ ପାଇଁ ଅନୁମତି ମିଳିବ।

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories