www.samajalive.in
Sunday, December 14, 2025
26.1 C
Bhubaneswar

ଯୋଜନାବଦ୍ଧ ପଦକ୍ଷେପ ଦ୍ୱାରା ସାମଗ୍ରିକ ବିକାଶ ସମ୍ଭବପର:ମନ୍ତ୍ରୀ

ଭୁବନେଶ୍ୱର: ସିଆଇଆଇ ପକ୍ଷରୁ ବିଶ୍ୱମହାମାରୀ ପରବର୍ତ୍ତୀ ସମୟରେ ପୁନର୍ଗଠନ ଓ ପୁନଃରୁଦ୍ଧାର ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ କୋଭିଡ ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ବାଣିଜ୍ୟ, ଅର୍ଥନୀତି, ଗମନାଗମନ, ଆଦି ଯଥେଷ୍ଟ ପରିମାଣରେ ପ୍ରଭାବିତ ହୋଇଥିବାରୁ ଏଥିରୁ କିପରି ବାହାରି ସମସ୍ତ ବ୍ୟବସ୍ଥାକୁ ସ୍ୱାଭାବିକ କରିହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି କର୍ମଶାଳାରେ ଇଲେକଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେଯେ ଏହି ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍ୱାସ୍ଥ୍ୟ, ଶିକ୍ଷା ରୋଜଗାର ଏବଂ ଅର୍ଥନୀତି କ୍ଷେତ୍ରରେ ଅନେକ ପ୍ରତିକୂଳ ପ୍ରଭାବ ପଡିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଗଦର୍ଶନରେ ରାଜ୍ୟ ସରକାର କୋଭିଡ ମହାମାରୀକୁ ପ୍ରତିହତ କରି ବିକାଶ କାର୍ୟ୍ୟକ୍ରମକୁ ଆଗେଇ ନେବାକୁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ନୂତନ କୋଭିଡ ହସ୍ପିଟାଲ ପ୍ରତିଷ୍ଠା, ଡାକ୍ତର । ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ସହ ଟିକାକରଣକୁ ଯଥେଷ୍ଟ ପ୍ରାଥମିକତା ଦେଇଛନ୍ତି ଓ କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ଡ୍ୟାସବୋର୍ଡକୁ କାର୍ୟ୍ୟକ୍ଷମ କରାଯାଇ ସ୍ୱାସ୍ଥ୍ୟ ଭିତ୍ତିଭୂମି, କୋଭିଡ ପଜିଟିଭି ନେଗେଟିଭ ରିପୋର୍ଟ ତ୍ୱରିତ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏଥିସହ ହ୍ୱାଟ୍ସଆପ ଜରିଆରେ ଅନେକ ସୂଚନା ଓ ସଚେତନତାର ବାର୍ତ୍ତା ଯୋଗାଇ ଜନସାଧାରଣଙ୍କୁ କୋଭିଡ ସଂକ୍ରମଣ ପ୍ରତି ସାବଧାନ କରାଯାଇ ପାରିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ।

ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ସୁସ୍ଥ ସମାଜ ଗଠନରେ ଶିକ୍ଷା ମୂଳଦୁଆ ସଦୃଶ୍ୟ ହୋଇଥିବା କୋଭିଡ ମହାମାରୀ ସମୟରେ ଅନଲାଇନ ଶିକ୍ଷା ଜରିଆରେ ଆମେ ଅନେକ ସ୍କୁଲ ଓ କଲେଜ ପିଲାମାନଙ୍କୁ ଶିକ୍ଷା ଯୋଗାଇ ପାରିଛୁ। ଏଥି ସହିତ ଟିଭି ୟୁଟ୍ୟୁବ, ହ୍ୱାଟ୍ସଆପ, ଜୁମ ଆପ ଜରିଆରେ ଅନଲାଇନ ଶିକ୍ଷାକୁ ଅଧିକ ବ୍ୟାପକ କରିବାରେ ସକ୍ଷମ ହୋଇପାରିଛୁ। ତେବେ ମହାମାରୀ ପରବର୍ତ୍ତୀ ସମୟରେ ଆମକୁ ଅନେକ ଚାଲେଞ୍ଜର ସାମ୍ନା କରିବାକୁ ପଡିବ ଓ ଏହାକୁ ସଫଳ ମୁକାବିଲା କରିବା ପାଇଁ ଆମକୁ ଯୋଜନାବଦ୍ଧ ଭାବେ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର, ଏସଟିପିଆଇ ଡିଜି ଡକ୍ଟର ଓମକାର ରାୟ, ମରକ୍ଟ ଶାଶ୍ୱତ କୁମାର ପଣ୍ଡା ଏବଂ ଗୌରବ ଦାଶ, ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପ୍ରିୟଦର୍ଶିନୀ ନାନୁ ପାଣ୍ଡେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଶ୍ୱିନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories