www.samajalive.in
Sunday, December 14, 2025
18.1 C
Bhubaneswar

ପିଆଇବି ଓ ଆରଓବି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

ଭୁବନେଶ୍ୱର : ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ହ୍ରାସ ସହିତ ଜଳବାୟୁ ପରିବର୍ତନ ଜନିତ ବିପତିକୁ ଏଡ଼ାଇବା ପାଇଁ ବୃକ୍ଷରୋପଣ ନିତାନ୍ତ ଆବଶ୍ୟକ। ପରିବେଶ ସୁରକ୍ଷା, ଜଙ୍ଗଲର ଘନତ୍ୱ ବୃଦ୍ଧି ଏବଂ ଦୀର୍ଘସ୍ଥାୟୀ ପରିବେଶ ଅନୁକୂଳ ନୂତନ ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ନିରନ୍ତର ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ପକ୍ଷରୁ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍‍ ଗୁରୁବାର ଠାରୁ ଆଗାମୀ ଏକ ସପ୍ତାହବ୍ୟାପୀ ବନ ମହୋତ୍ସବ ସପ୍ତାହ ପାଳନ ଆରମ୍ଭ ହୋଇଛି।
ଇତ୍ୟବସରରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଆଜି ଠାରୁ ବନ ମହୋତ୍ସବ ସପ୍ତାହ ପାଳନ ଆରମ୍ଭ କରାଯାଇଛି। ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ପରିସରରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପୃଥିବୀକୁ ସବୁଜ, ସୁନ୍ଦର ତଥା ବାସୋପଯୋଗୀ ସ୍ଥାନ ରୂପେ ଗଢ଼ି ତୋଳିବା ପାଇଁ ବୃକ୍ଷରୋପଣ ଜରୁରି ବୋଲି ଶ୍ରୀ ଚୌଧୁରୀ କହିବା ସହିତ ଏହି ଅବସରରେ ସମସ୍ତଙ୍କୁ ଗଛ ଲଗାଇବା ନିମନ୍ତେ ଆହ୍ୱାନ କରିଥିଲେ। ବୃକ୍ଷରୋପଣ ମାଧ୍ୟମରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବନ ମହୋତ୍ସବ ସପ୍ତାହ ପାଳନର ଉଦ୍ଦେଶ୍ୟ ବୋଲି ସେ ମତପ୍ରକାଶ କରିଥିଲେ।

ଏହି ଅବସରରେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ସମେତ ପିଆଇବି ଓ ଆରଓବିର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories