www.samajalive.in
Sunday, December 14, 2025
18.1 C
Bhubaneswar

କାହାଣୀ ଏହି ଗାଁର ; ଏଠାରେ ଆଦୌ ହୋଇନଥାଏ ବର୍ଷା

ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି। ପାଣିପାଗ ବିଭାଗ ଅନୁଯାୟୀ ନିୟମିତ ବର୍ଷା ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଉଛି। ଦୁନିଆରେ କିଛି ଏପରି ସ୍ଥାନ ରହିଛି, ଯେଉଁଠାରେ ବର୍ଷକ ମଧ୍ୟରେ ଅଧିକ ବର୍ଷା ହୋଇଥାଏ। ଯେପରି ମେଘାଳୟ। ମାତ୍ର ଆପଣ କେବେ ଏପରି କିଛି ସ୍ଥାନ ବିଷୟରେ ଜାଣିଛନ୍ତି କି , ଯେଉଁଠାରେ ଆଦୌ ବର୍ଷା ହୋଇନଥାଏ। ଏହା ଏକ ମରୁଭୂମି ମଧ୍ୟ ନୁହେଁ, ବରଂ ଏହା ହେଉଛି ଏକ ଗାଁ।
ଏହି ଗାଁର ନାମ ହେଉଛି ଅଲ-ହୁତେବ। ଯାହା ୟମନର ରାଜଧାନୀ ସନାର ପଶ୍ଚିମରେ ମନଖର ନିଦେଶାଳୟର ହରଜ କ୍ଷେତ୍ରରେ ସ୍ଥିତ। ଏଠାରେ ପ୍ରାୟ ପର୍ଯ୍ୟଟକ ଆସିବା ସହ ମନମୁଗ୍ଧକର ପରିବେଶର ଆନନ୍ଦ ଉଠାଇଥାଆନ୍ତି। ଏହାର ପାହାଡର ଉପରେ ଖୁବ ସୁନ୍ଦର ସୁନ୍ଦର ଘର ତିଆରି ହୋଇଛି। ଯାହାକୁ ଦେଖି ଲୋକଙ୍କ ଆଖି ଲାଗିଯାଏ।
ଅଲ-ହୁତେବ ଗାଁ ପୃଥିବୀ ପୃଷ୍ଠରୁ ୩,୨୦୦ ମିଟର ଉଚ୍ଚରେ ସ୍ଥିତ। ଗାଁର ଚାରିପାଖ ବାତାବରଣ ଖୁବ ଉଷ୍ଣ। ଶୀତଦିନରେ ସକାଳ ସମୟରେ ବାତାବରଣ ଖୁବ ଥଣ୍ଡା। ମାତ୍ର ସୂର୍ଯ୍ୟଉଦୟ ହେବା ପରେ ଗରମ ଅନୁଭବ ହୋଇଥାଏ।
ଗ୍ରାମୀଣ ଓ ସହର ବିଶେଷତ୍ୱ ସହ ପ୍ରାଚୀନ ଓ ଆଧୁନିକ ବାସ୍ତୁକଳା ଉଭୟକୁ ଏକାଠି କରୁଥିବା ଏହି ଗାଁର ଲୋକେ ଓ ଏମାନଙ୍କୁ ୟମନୀ ସମୁଦାୟ ବୋଲି କୁହାଯାଇଥାଏ।
ଏହି ଗାଁର ସବୁଠାରୁ ବିଶେଷତ୍ୱ ହେଉଛି ଏଠାରେ କେବେ ବର୍ଷା ହୋଇନଥାଏ। ଏହାର କାରଣ ହେଉଛି ଗାଁଟି ବାଦଲ ଉପରେ ଅବସ୍ଥାନ କଲା ଭଳି ରହିଛି। ବାଦଲ ଏହି ଗାଁର ଶେଷ ଅଂଶରେ ହିଁ ରହି ବର୍ଷା କରିଥାଆନ୍ତି। ଏହି ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ। ଯାହା ଖୁବ କମ ଲୋକେ ଦେଖିବାର ସୁଯୋଗ ପାଇଥାଆନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories