www.samajalive.in
Sunday, December 14, 2025
18.1 C
Bhubaneswar

ଉତ୍ତର ପ୍ରଦେଶରେ ଆଗାମୀ ନିର୍ବାଚନ ପାଇଁ ଓମ୍‍ ପ୍ରକାଶ ରାଜଭରଙ୍କ ନୂଆ ଫର୍ମୁଲା; ୫ ବର୍ଷରେ ଦାୟିତ୍ୱ ନେବେ ୫ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୨ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ସଭାପତି ଓମ୍‍ ପ୍ରକାଶ ରାଜଭର ଏକ ମଜାଦାର କ୍ଷମତା ଭାଗୀଦାର ପ୍ରସ୍ତାବ ଆଣିଛନ୍ତି । ରାଜ୍ୟରେ ପୂର୍ବରୁ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ରାଜଭର କହିଛନ୍ତି, ତାଙ୍କର ୧୦ ଦଳୀୟ ‘ଭାଗିଦାରୀ ସଂକଳ୍ପ ମୋର୍ଚ୍ଚା’ ଯଦି ବଜୟ ହାସଲ କରେ ତେବେ ପ୍ରତିବର୍ଷ ଜଣେ ଜଣେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ ଏବଂ ସେମାନେ ଭିନ୍ନ ଭିନ୍ନ ଜାତି ବର୍ଗରୁ ପ୍ରତିନିଧିତ୍ୱ କରିବେ । ଏଥିସହିତ ନିର୍ବାଚନରେ ଭାଗିଦାରୀ ସଂକଳ୍ପ ମୋର୍ଚ୍ଚା ସଂଖ୍ୟାଗରିଷ୍ଠତା ହାସଲ ସାମର୍ଥ୍ୟ ରଖିଥିବା ନେଇ ସେ ପୂର୍ଣ୍ଣ ଆଶା ପୋଷଣ କରିଛନ୍ତି ।
ରାଜଭର କହିଛନ୍ତି, ଦରିଦ୍ର ଓ ପଛୁଆ ଜନସାଧାରଣଙ୍କର ଏକ ପ୍ରମୁଖ ଜାତିଆଣ ବର୍ଗରୁ ଆସିଥିବା ପ୍ରତିନିଧିଙ୍କୁ କ୍ଷମତାରେ ଭାଗୀଦାର କରିବା ସୁନିଶ୍ଚିତ କରାଯିବ । ସେ ନିଜେ ସମସ୍ତ ପଦ ପଦବୀ ଦଖଲ କରି ଅନ୍ୟମାନଙ୍କୁ ସେଥିରୁ ବଂଚିତ କରିବାକୁ ଚାହାନ୍ତି ନାହିଁ ବୋଲି ରାଜଭର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ବାବାସାହେବ ଆମ୍ବେଦକରଙ୍କ ପରେ ସେ ଦ୍ୱିତୀୟ ବ୍ୟକ୍ତି ଭାବରେ ଜଣେ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଲୋକମାନେ ବିଧାୟକ, ସାଂସଦ ଅଥବା ମନ୍ତ୍ରୀ ହେବାକୁ ନିର୍ବାଚନ ଲଢୁଛନ୍ତି, କିନ୍ତୁ ସେ କ୍ଷମତାରେ ଥିବାବେଳେ ମଧ୍ୟ ଲୋକଙ୍କ ଅଧିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଲଢିଥିଲେ । ଲୋକଙ୍କର ତାଙ୍କ ଉପରେ ବିଶ୍ୱାସ ଓ ଆସ୍ଥା ରହିଥିବା ରାଜଭର କହିଛନ୍ତି । ଗତମାସରେ ତାଙ୍କ ଦଳ ଭାଜପାକୁ ବୁଡି ଯାଉଥିବା ଏକ ଡଙ୍ଗା ଭାବରେ ଅଭିହିତ କରିଥିଲା । ସେହି ଡଙ୍ଗାରେ ଯିଏ ଚଢିବାକୁ ଚାହିଁବେ ତାହା ସ୍ୱାଗତଯୋଗ୍ୟ, କିନ୍ତୁ ସେ ନିଜେ ସେଥିରେ ଚଢିବେ ନାହିଁ ବୋଲି ରାଜ୍ୟର ଏହି ପୂର୍ବତନ ମନ୍ତ୍ରୀ ସ୍ପଷ୍ଟ କରିଥିଲେ । ୨୦୧୭ ନିର୍ବାଚନରେ ଏସବିଏସପି ଉତ୍ତର ପ୍ରଦେଶରେ ଭାଜପା ସହିତ ହାତ ମିଳାଇ ୮ଟି ଆସନରେ ନିର୍ବାଚନ ଲଢିଥିଲା । ସେଥିମଧ୍ୟରୁ ଦଳ ୪ଟି ଆସନରେ ବିଜୟୀ ହୋଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories