www.samajalive.in
Sunday, December 14, 2025
23.1 C
Bhubaneswar

ଦୁଇ ୱାଣ୍ଟେଡ଼ କ୍ରିମିନାଲଙ୍କୁ ଗିରଫ କଲା ବୁର୍ଲା ପୁଲିସ

ବୁର୍ଲା: ବୁର୍ଲା ପୁଲସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ରହିଥିବା ଦୁଇଜଣ ପୁରୁଣା ଅପରାଧିଙ୍କୁ ପୁଣି ଗିରଫ କରିବାରେ ସଫଳ ହୋଇଛି। ଗିରଫ ଦୁର୍ବୁତ୍ତମାନେ ହେଲେ ବୁର୍ଲା ବମ୍ଫର ଲାଇନ ଅଞ୍ଚଳର ସୁଦର୍ଶନ ପ୍ରଧାନଙ୍କ ପୁଅ ଚିତ୍ତରଞ୍ଜନ ପ୍ରଧାନ (୨୩) ଏବଂ ପାପଡେରାର ନନ୍ଦ ଓରାମଙ୍କ ପୁଅ ରାଜେଶ (୨୨)। ପୁଲିସ ସୂଚନା ମତେ ଗିରଫ ଚିତ୍ତରଞ୍ଜନ ଏବଂ ରାଜେଶ ହେଲେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧି। ଉଭୟଙ୍କ ନାମରେ ପୃଥକ ପୃଥକ ମାମଲା ରହିଥିଲା। ଚିତ୍ତରଞ୍ଜନ ଜଣେ ଡିପ୍ଲୋମା ଛାତ୍ର। ତାଙ୍କ ବାପା ବୁର୍ଲା ଭିସୁଟରେ ଚାକିରୀ ମଧ୍ୟ କରନ୍ତି। ତେବେ ଚିତ୍ତ ଜଣେ ଶିକ୍ଷିତ ଯୁବକ ହେଲେ ମଧ୍ୟ ସେ ଚୋରୀ ଏବଂ ଡକାୟତି କରିବା ତାଙ୍କ ଏକ ପେଶା ପାଲଟିଛି। ତେବେ ଚିତ୍ତରଂଜନଙ୍କ ନାମରେ ସମ୍ବଲପୁର ଜିଲ୍ଲା ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ବୁର୍ଲା ପୁଲିସ ପକ୍ଷରୁ ସୂଚନା ମିଳିଛି। ବୁର୍ଲା ଥାନା ଅଞ୍ଚଳରେ ଏକ ଡକାୟତି ମାମ୍‍ଲାରେ ଗତବର୍ଷ ଠାରୁ ତାଙ୍କ ନାମରେ ଏକ ମାମଲା ରହିଥିଲା। ବୁର୍ଲା ପୁଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ସେ ରହିଥିବା ବେଳେ ପୁଲିସ ପାଇଁଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ତେବେ ଆଜି ତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସେହିପରି ରାଜେଶ ମଧ୍ୟ ବୁର୍ଲା ପୁଲିସର ୱାଣ୍ଟେଡ଼ ତାଲିକାରେ ରହିଥିଲେ ଏବଂ ତାଙ୍କ ନାମରେ ଚଳିତ ବର୍ଷ ଏକ ହତ୍ୟା ଏବଂ ଚୋରୀ ମାମଲା ରହିଥିଲା। ପୁଲିସକୁ ରାଜେଶ ବାରମ୍ବାର ଚକ୍‍ମା ଦେଖାଇ ଫେରାର ହେବାରେ ସଫଳ ହେଉଥିଲା। କିନ୍ତୁ ବୁଧବାର ପୁଲିସ ରଜେଶକୁ ମଧ୍ୟ ଗିରଫ କରିଥିବା ଜଣାପଡିଛି। ଆଜି ରାଜେଶକୁ କୋର୍ଟକୁ ଚାଲାଣ କରାଯିବ ବୋଲି ବୁର୍ଲା ଥାନାଧିକାରୀ କମଲ ପଣ୍ଡା ସୁଚନା ଦେଇଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories