www.samajalive.in
Sunday, December 14, 2025
15.1 C
Bhubaneswar

ସୁନ୍ଦରୀ ପ୍ରତିଯୋଗିତାରେ ଆଠଗଡ ଝିଅଙ୍କ କୃତିତ୍ୱ

ଆଠଗଡ: ଏକ ଜାତୀୟସ୍ତରୀୟ ଆଭାସି ସୁନ୍ଦରୀ ପ୍ରତିଯୋଗିତାରେ ଆଠଗଡର ଜଣେ ଝିଅ କୃତିତ୍ୱ ପ୍ରଦର୍ଶନ କରିବା ସହିତ ଜାତୀୟ ସ୍ତରରେ ୨ୟ ରନର୍ସଅପ ଟାଇଟଲ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଆଠଗଡ ସହରର ଗଦାସାହି ନିବାସୀ ସନ୍ତୋଷ କୁମାର ଦାସ ଓ ନିର୍ମଳା ଦାସଙ୍କ ଝିଅ ସଞ୍ଜିବନୀ ଦାସ ଦିଲ୍ଲୀର ଏକ ସଂସ୍ଥା ଦ୍ୱାରା ଆୟୋଜିତ ଅପେରା ମିସ ଟିନ୍‍ ଇଣ୍ଡିଆ ୨୦୨୧ର ୨ୟ ସିଜିନରେ ଭାଗନେଇ ଏହି ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ଫେବୃଆରୀ ୨୦ରୁ ବିଭିନ୍ନ ପର୍ଯ୍ୟାୟରେ ଆରମ୍ଭ ହୋଇଥିବାବେଳେ ସୁଶ୍ରୀ ଦାସ ସବୁ ପର୍ଯ୍ୟାୟରେ ସଫଳତା ହାସଲ କରି ଚୂଡାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

ଜୁନ ୨୦ରେ ଅନୁଷ୍ଠିତ ଫାଇନାଲ ପ୍ରତିଯୋଗିତାରେ ଦେଶର ବିଭିନ୍ନ ଅଞ୍ଚଳର ୧୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିଚାରକ ମଣ୍ଡଳିରେ ଭାରତ ସମେତ ଅଷ୍ଟ୍ରେଲିଆର ସଦସ୍ୟ ବିଚାରକ ରହିଥିଲେ। ଏଥିରେ ସଞ୍ଜିବନୀ ସଫଳତା ହାସଲ କରି ୨ୟ ରନର୍ସଅପ ଆଖ୍ୟା ଅର୍ଜନ କରିଥିଲେ। ସ୍ଥାନୀୟ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ସମ୍ମାନରେ +୩ ପଢୁଥିବା ସଞ୍ଜିବନୀ ଭବିଷ୍ୟତରେ ଜଣେ ମଡେଲ ହେବାର ଲକ୍ଷ୍ୟ ରଖିଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories