www.samajalive.in
Thursday, December 11, 2025
18.1 C
Bhubaneswar

ବର୍ତ୍ତିଲା ମାଲ୍‌ବାହୀ ରେଳ

ନନ୍ଦନକାନନ: ଭୁବନେଶ୍ବର ନୂଆ ରେଳଷ୍ଟେସନ ନିକଟରେ ମଙ୍ଗଳବାର ରାତି ୧୦ଟା ବେଳେ ଏକ ମାଲ୍‌ବାହୀ ରେଳ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିବା ସହ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛି। ପ୍ରକାଶ ଯେ, ଭୁବନେଶ୍ବର ପଟୁ ଏକ ମାଲ୍‌ବାହୀ ରେଳ ବାରଙ୍ଗ ଅଭିମୁଖେ ଆସୁଥିଲା। ରେଳଟି ଭୁବନେଶ୍ବର ନୂଆ ରେଳ ଷ୍ଟେସନ ଅତିକ୍ରମ କରି ନିକଟରେ ଥିବା ନିର୍ଦ୍ଧାରିତ ଦୂରତାରେ ରହିବା କଥା। କିନ୍ତୁ ଚାଳକ ରେଳବାଇ ଆଇନ ଉଲ୍ଲଙ୍ଘନ କରି ରେଳଟିକୁ ନିର୍ଦ୍ଧାରିତ ଦୂରତାଠାରୁ ୧୯୪ ମିଟର ଦୂରତ୍ୱ ଅତିକ୍ରମ କରିନେଇଥିଲେ। ନିକଟରେ ଥିବା ପଦାସାହି ରେଳ ଫାଟକ ଖୋଲାଥିଲା। ଫଳରେ ରେଳଟି ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା।

ଖବର ପାଇ ଆରପିଏଫ୍ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ସେଠାରେ ପହଞ୍ଚି ଚାଳକଙ୍କଠାରୁ ଘଟଣା ସମ୍ପର୍କରେ ବୁଝି ସାରିବା ପରେ ଅନ୍ୟ ଏକ ରେଳ ଗାଡ଼ିର ଚାଳକଙ୍କୁ ଡକାଯାଇଥିଲା। ଦୁର୍ଘଟଣା ଘଟାଇବାକୁ ଯାଉଥିବା ଗାଡ଼ି ଚାଳକଙ୍କୁ ଆରପିଏଫ୍ ଅଟକ ରଖିଥିବା ଜଣାପଡ଼ିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories