www.samajalive.in
Monday, December 8, 2025
27.1 C
Bhubaneswar

ଭାରତରେ ୫ଜି ସମ୍ପ୍ରସାରଣ ବହୁବିଧ କ୍ଷେତ୍ର ପାଇଁ ଉନ୍ନତ ପ୍ରଦର୍ଶନକୁ ଆଗେଇନେବ

ନୂଆଦିଲ୍ଲୀ,୩୦ା୬: ଦେଶରେ ପରିବର୍ଦ୍ଧିତ ୫ଜି ବ୍ୟବହାର ପାଇଁ ଜିଓ ପ୍ଲାଟଫର୍ମ ପ୍ରୟାସ ଆରମ୍ଭ କରିଛି । ସେଥିପାଇଁ କମ୍ପାନୀ ଏନଏକ୍ସପି ସେମିକଣ୍ଡକ୍ଟରସ୍‍ ସହିତ ହାତ ମିଳାଇଛି । ୫ଜି ଏନଆର (ନିୟୁ ରେଡିଓ) ଓ-ଆରଏଏନ୍‍ ସେଲ୍‍ ସମାଧାନ କାର୍ଯ୍ୟକାରୀ କରିବାକୁ ଏହି ସହଭାଗିତା ହୋଇଛି, ଯେଉଁଥିରେ ଏନଏକ୍ସପିର ‘ଲେୟରସ୍କେପ’ ଶ୍ରେଣୀର ମଲ୍‍ଟିକୋର ପ୍ରସେସରଗୁଡିକ ରହିଛି । ଏ ସମ୍ପର୍କରେ ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ଯୋଗାଣକାରୀଙ୍କ ନିକଟରୁ ଉତ୍ପାଦସମୂହ ଓ ସଫ୍ଟଓୟାର ସମେତ ଆନ୍ତଃପରିଚାଳନା ଏବଂ ରେଡିଓ ଆକ୍ସେସ ନେଟୱର୍କ ଉପାଦାନଗୁଡିକର ମାନ ନିର୍ଦ୍ଧାରଣକୁ ଶିଳ୍ପ ଭାଷାରେ ଓପନ୍‍ ଆରଏଏନ ଅଥବା ଓପନ୍‍ ରେଡିଓ ଆକ୍ସେସ ନେଟୱର୍କ ବିନ୍ୟାସ ବୋଲି କୁହାଯାଉଛି ।
ଏନଏକ୍ସପି ପକ୍ଷରୁ କୁହାଯାଇଛି, ଏହି ମିଳିତ ସମାଧାନ ବ୍ୟବସ୍ଥା ବହୁବିଧ କ୍ଷେତ୍ର ପାଇଁ ଉନ୍ନତ ପ୍ରଦର୍ଶନକୁ ଆଗେଇନେବ, ସ୍ମାର୍ଟ ସହରସମୂହ, ସ୍ମାର୍ଟ ବାସଗୃହ, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ରରେ ନବୀନତମ ଆପ୍ଲିକେସନ ବ୍ୟବହାରକୁ ସମର୍ଥ କରାଇବ । ସବୁଠାରୁ ଉଲ୍ଲେଖଯୋଗ୍ୟ ହେଉଛି ଏହା ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଡାଟା ଡାଉନଲୋଡ କ୍ଷେତ୍ରରେ ବର୍ଦ୍ଧିତ ଅନୁଭୂତି ଆଣିଦେବ । ତେଣୁ ଜେପିଏଲ୍‍ର ୫ଜି ଏନଆର ରେଡିଓ ସମାଧାନଗୁଡିକ ପରବର୍ତ୍ତୀ ପିଢିର ଆରଏଏନ୍‍ ନେଟୱର୍କଗୁଡିକ ପାଇଁ ସଂପୂର୍ଣ୍ଣ ଉପଯୋଗୀ ସମାଧାନ ହୋଇପାରିଛି, ଯାହା ପରିବର୍ଦ୍ଧିତ ଘର ଭିତରେ ଓ ବାହାରେ ପ୍ରଦର୍ଶନ କରିବା ସହିତ ୫ଜିର ବିବିଧ କ୍ଷେତ୍ରରେ ବ୍ୟବହାରକୁ ସମର୍ଥ କରାଉଛି ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories