ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୩୩୭୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୨୨ ଏବଂ ସ୍ଥାନୀୟ ସଂକ୍ରମିତ ୧୪୪୯ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୯୩, ବାଲେଶ୍ୱର ୨୫୮, ବରଗଡ ୩୫, ଭଦ୍ରକ ୧୭୬, ବଲାଙ୍ଗୀର ୧୨, ବଉଦ ୧୯, କଟକ ୪୬୮, ଦେବଗଡ ୩, ଢେଙ୍କାନାଳ ୫୮, ଗଜପତି ୧୨, ଗଞ୍ଜାମ ୨୧, ଜଗତସିଂହପୁର ୧୩୫, ଯାଜପୁର ୨୧୦ ଏବଂ ଝାରସୁଗୁଡା ଜିଲାରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିଭଳି କଳାହାଣ୍ଡି ଜିଲାରୁ ୧୧, କନ୍ଧମାଳ ୨୯, କେନ୍ଦ୍ରାପଡା ୨୧୯, କେନ୍ଦୁଝର ୭୦, ଖୋର୍ଦ୍ଧା ୫୩୦, କୋରାପୁଟ ୫୨, ମାଲକାନଗିରି ୮୦, ମୟୁରଭଞ୍ଜ ୨୨୨, ନବରଙ୍ଗପୁର ୩୪, ନୟାଗଡ ୧୩୫, ନୂଆପଡା ୮, ପୁରୀ ୧୯୩, ରାଗଡା ୫୯, ସମ୍ବଲପୁର ୨୮, ସୋନପୁର ୨୨, ସୁନ୍ଦରଗଡ ୭୨ ଏବଂ ଷ୍ଟେଟପୁଲରୁ ୯୨ ଜଣଙ୍କୁ ଚିହ୍ନଟ କରାଯାଇଛି ।
ରାଜ୍ୟରେ ମୋଟ ୮୭୪୩୦୭ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଛନ୍ତି । ଏଥିସହିତ ରାଜ୍ୟରେ ୩୧୪୨୨ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି ।
ରାଜ୍ୟରେ ଦିନକରେ ୩୩୭୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ୫୩୦, କଟକ ୪୬୮
Popular Categories



