www.samajalive.in
Thursday, December 11, 2025
18.1 C
Bhubaneswar

ବିକାଶ ମଞ୍ଚର କରୋନା ସଚେତନତା, ତୁଣ୍ଡି ବଣ୍ଟନ

ଆଠଗଡ: ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ କଟକିଆସାହି ପଞ୍ଚାୟତରେ କରୋନା ସଚେତନତା କରାଯିବା ସହ ଲୋକଙ୍କୁ ତୁଣ୍ଡି, ସାବୁନ ଓ ଝିଅଙ୍କୁ ସାନିଟାରୀ ପ୍ୟାଡ ବଣ୍ଟନ କରାଯାଇଛି। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସରଞ୍ଜନ ବସ୍ତିଆ ନିଜେ ଅନ୍ୟ ସହଯୋଗୀଙ୍କ ସହ କଟକିଆସାହି ପଞ୍ଚାୟତର ପାଟେଣିଗାଁ ଗ୍ରାମରେ ଲୋକଙ୍କୁ କରୋନା ମହାମାରୀରୁ କିପରି ନିଜକୁ ସୁରକ୍ଷିତ ରଖିବେ ସେ ସଂପର୍କରେ ବୁଝାଇବା ସହ ଜ୍ୱରମାପକ ଯନ୍ତ୍ର ସାହାଯ୍ୟରେ ସମସ୍ତଙ୍କର ଜ୍ୱର ମାପିଥିଲେ। ଏଥିସହିତ ଲୋକମାନଙ୍କୁ ତୁଣ୍ଡି, ସାବୁନ ଏବଂ ଝିଅ ଓ ମହିଳାମାନଙ୍କୁ ସାନିଟାରୀ ପ୍ୟାଡ ବଣ୍ଟନ କରିଥିଲେ। ବିକାଶ ମଞ୍ଚର ଏପରି ଜନହିତକର କାର୍ଯ୍ୟକୁ ପାଟେଣିଗାଁ ବାସୀ ପ୍ରଂଶସା କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories