www.samajalive.in
Sunday, December 14, 2025
16.1 C
Bhubaneswar

୬.୨୮ଲକ୍ଷ କୋଟି ଆର୍ଥିକ ପ୍ୟାକେଜ୍‍ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା, ରପ୍ତାନୀକୁ ଗତି ଦେବା ସହ ରୋଜଗାର ପ୍ରଦାନ କରିବା ଏବଂ କୋଭିଡ ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଆର୍ଥିକ ସଂକଟକୁ ମୁକାବିଲା କରିବା ପାଇଁ ପଦକ୍ଷେପ ସ୍ୱରୂପ ୬.୨୮ ଲକ୍ଷ କୋଟି ମୂଲ୍ୟର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଆର୍ଥିକ ସହାୟତା କୋଭିଡ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା କ୍ଷେତ୍ରର ପୁନରୁଦ୍ଧାରରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଆତ୍ମନିର୍ଭର ରୋଜଗାର ଯୋଜନାର ସମ୍ପ୍ରସାରଣ, କୋଭିଡ୍‍ ପ୍ରଭାବିତ ଅଞ୍ଚଳରେ ଋଣ ସୁବିଧା ଚାଷୀ, ଗରିବ, ଏମଏସଏମଇ, ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ ଏବଂ କୋଭିଡ୍‍ ମହାମାରୀ ଯୋଗୁଁ ଉତ୍ପନ୍ନ ହୋଇଥିବା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ୬.୨୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ସହାୟତା ରାଶି ନିଶ୍ଚିତ ଭାବରେ ସହାୟକ ହେବ। ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଷ୍ଟେକ୍‍ ହୋଲଡର ମାନଙ୍କୁ ଆର୍ଥିକ ସହାୟତା, ଏମଏଫଆଇ ମାଧ୍ୟମରେ ଋଣ ଧାର ନେଇଥିବା ୨୫ ଲକ୍ଷ ବ୍ୟକ୍ତିଙ୍କ ପାଇଁ କ୍ରେଡ଼ିଡ୍‍ ଆଉଟରିଚ୍‍ ଏବଂ ଡ଼ିଜିଟାଲ ଇଣ୍ଡିଆ ସମେତ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟାନ୍ନର ସମୟ ସୀମା ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ବାବଦରେ ସରକାର ପ୍ରାୟ ୯୩,୮୬୯ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ଚାଷୀମାନଙ୍କୁ ସାର ସବସିଡି ବାବଦରେ ଅତିରିକ୍ତ ୧୪ ହଜାର ୭୭୫ କୋଟି ବ୍ୟୟ କରାଯିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସମସ୍ତ ପ୍ୟାକେଜ ମାଧ୍ୟମରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ହେବା ସଙ୍ଗେସଙ୍ଗେ ମହାମାରୀ ଦ୍ୱାରା ପ୍ରଭାବିତ ବିଭିନ୍ନ କ୍ଷେତ୍ରର ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories