www.samajalive.in
Sunday, December 14, 2025
26.1 C
Bhubaneswar

ଗରିବ ଅସହାୟ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କଲେ ପାଟଣା ବିଧାୟକ

ଝୁମ୍ପୁରା : ପାଟଣା ନିର୍ବାଚନ ମଣ୍ଡଳି ଝୁମ୍ପୁରା ବ୍ଲକ ଖୁଣ୍ଟାପଡା ପଞ୍ଚାୟତର ପାର୍ବତୀପୁର ଗ୍ରାମର ରହିଥିବା ଆଦିବାସୀ ଶ୍ରେଣୀର ପରିବାର ଗୁଡିକୁ ପାଟଣା ବିଧାୟକ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ପାର୍ବତୀପୁର ଗ୍ରାମରେ ରହୁଥିବା ୧୬୦ ଗରିବ ପରିବାରକୁ ନିତ୍ୟ ବ୍ୟବହାର ଖାଇବା ତେଲ ଠାରୁ ଆରମ୍ଭ କରି ଆଳୁ, ଡାଲି ଲୁଣ ସହିତ ଅନ୍ୟ ସାମଗ୍ରୀ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକ, ଝୁମ୍ପୁରା ବ୍ଲକ ବିଜୁ ଜନତାଦଳ ଯୁବ ସଭାପତି ହରିଭକ୍ତ କୁନା ଗିରି, ବିଜେଡିର ବରିଷ୍ଠ ସଦସ୍ୟ ଲକ୍ଷଣ କୁମାର ସାହୁ, ଯଦୁମଣି ରାଉତ, ଶ୍ରୀବତ୍ସ୍ୟ ସାହୁ, ମହେନ୍ଦ୍ର ସାହୁ, ସୁଶାନ୍ତ କୁମାର ପ୍ରଧାନ, ଟୁନା ବାରିକ, ବାରିଆ ସମିତି ସଭ୍ୟ ଶିବ ଚରଣ ପ୍ରଧାନ, ଧନୁର୍ଜୟପୁର ସମିତି ସଭ୍ୟ ସୁଶିଲ ମହାନ୍ତ, ଉଖୁଣ୍ଡା ସମିତି ସଭ୍ୟ ରାଧାକାନ୍ତ ନାଏକ, ଚଉଠିଆ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରାଜୁ ପ୍ରଧାନଙ୍କ ସମେତ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

 

- Advertisement -

ଏହି ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା କର୍ମକର୍ତ୍ତା ମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ସରକାର କରୋନା ମୁକାବିଲା କରୁଥିବାରୁ ରାଜ୍ୟରେ ତାଲାବନ୍ଦ ଜାରୀ ରହିଛି ତା ସହିତ ଖାଉଟି ସାମଗ୍ରୀ ଗୁଡିକର ଦରଦାମ ବଢି ଯାଇଥିବାରୁ ଗରିବ ମାନେ ସାମଗ୍ରୀ କିଣିବା ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଥିବାରୁ ଏହି ସାମଗ୍ରୀ ଗରିବ ଲୋକ ମାନଙ୍କୁ ଚିହ୍ନଟ କରି ପ୍ରଦାନ କରାଯାଇଛି ବୋଲି କହିଥିଲେ। ବିଧାୟକଙ୍କ ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ସାଧୁବାଦ ଜଣାଇବା ସହିତ ବିଧାୟକ ଅନ୍ୟ ଗ୍ରାମରେ ରହିଥିବା ଗରିବ ଅସହାୟ ଲୋକମାନଙ୍କୁ ସାହାର୍ଯ୍ୟ କରିବା ଦିଗରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ ବୋଲି କହିଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories